ପୋଲୁରୁ କୂଳରେ ପୁଷ୍ପା-୨ ସେଟ୍ ନିର୍ମାଣ: ପହଁଚିଲା ନକଲି ଚନ୍ଦନକାଠ ସହ ୨୦୦ ଜଣିଆ ଟିମ୍
ମାଲକାନଗିରି : ପୁଷ୍ପା-୨ର ସୁଟିଂ ମାଲକାନଗିରି ଜିଲ୍ଲା ପୋଲେରୁ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ମୈତ୍ରୀ ପ୍ରଡକ୍ସନର ସମ୍ପୂର୍ଣ୍ଣ ଟିମ ପୋଲୁରୁ ନଦୀ କୂଳରେ ସୁଟିଂ ଆରମ୍ଭ କରିଛନ୍ତି। ସେପଟେ ମାଲକାନଗିରିରେ ଅଲ୍ଲୁଙ୍କ ଏଣ୍ଟ୍ରି ଖୁବଶୀଘ୍ର ହେବ ବୋଲି ଫ୍ୟାନମାନେ କ୍ରେଜି। ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଯେତିକି ରହିଛି ତାହାଠାରୁ ଅଧିକ ଭରପୁର ରହିଛି ଏଠାକାର ପ୍ରାକୃତିକ ସମ୍ପଦ ଏବଂ ଏହାର ସୌନ୍ଦର୍ଯ୍ୟ। ଫିଲ୍ମରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ କରି କିଭଳି ଜଙ୍ଗଲରେ କାଠ […]
ମାଲକାନଗିରି : ପୁଷ୍ପା-୨ର ସୁଟିଂ ମାଲକାନଗିରି ଜିଲ୍ଲା ପୋଲେରୁ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ମୈତ୍ରୀ ପ୍ରଡକ୍ସନର ସମ୍ପୂର୍ଣ୍ଣ ଟିମ ପୋଲୁରୁ ନଦୀ କୂଳରେ ସୁଟିଂ ଆରମ୍ଭ କରିଛନ୍ତି। ସେପଟେ ମାଲକାନଗିରିରେ ଅଲ୍ଲୁଙ୍କ ଏଣ୍ଟ୍ରି ଖୁବଶୀଘ୍ର ହେବ ବୋଲି ଫ୍ୟାନମାନେ କ୍ରେଜି। ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଯେତିକି ରହିଛି ତାହାଠାରୁ ଅଧିକ ଭରପୁର ରହିଛି ଏଠାକାର ପ୍ରାକୃତିକ ସମ୍ପଦ ଏବଂ ଏହାର ସୌନ୍ଦର୍ଯ୍ୟ। ଫିଲ୍ମରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ କରି କିଭଳି ଜଙ୍ଗଲରେ କାଠ ଲୁଟ ହୋଇଛି ଏହାର ରଣନୀତି ଏହି ମୁଭିରେ ରହିଛି । ଏହା ସହ ମୁଭିରେ ସ୍ଥାନୀୟ ଅଧିବାସୀଙ୍କୁ କଳାକାର ଭୂମିକା ମଧ୍ୟ ପ୍ରଦାନ କରାଯାଇଛି । କିଏ ସିଣ୍ଡିକେଟ ମେମ୍ବର ହୋଇଛି ତ ଆଉ କିଏ ପୋଲିସ ଏଭଳି ଅନେକ ଚରିତ୍ରରେ ସ୍ଥାନୀୟ ଯୁବକଙ୍କୁ ସୁଯୋଗ ଦେଇଛି ମୈତ୍ରୀ ପ୍ରଡକ୍ସନ । ସ୍ଥାନୀୟ ଅଞ୍ଚଳର ପୁରୁଣା ଟ୍ରକ ମଧ୍ୟ ବ୍ୟବହାର କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେଟ୍ରେ ହିଁ କଳାକାରଙ୍କ ପୋଷାକ ତିଆରି କରାଯାଉଛି। ଏଥିପାଇଁ ରାଜ୍ୟ ବାହାରୁ ଆସିଥିବା ଟିମ୍ ଏଠାରେ କ୍ୟାମ୍ପ କରିଛି। ଯାହାଫଳରେ, ଗହଳି ବଢ଼ିଯିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।
ଚଳଚିତ୍ର ସୁଟିଂ ପାଇଁ ଗତକାଲି ଟ୍ରକ୍ରେ ନକଲି ଚନ୍ଦନ କାଠ, ନକଲି ଗଛ ଓ ପଥର ଆସିଥିଲା। ଆଜି ସକାଳୁ ଷ୍ଟେଜ୍ ପାଇଁ ଆବଶ୍ୟକ ସାମଗ୍ରୀ, କ୍ୟାମେରା , ଟ୍ରାଇପଡ୍, ରିଫ୍ଲେକ୍ଟର, ମାଇକ୍ରୋଫୋନ୍, ମନିଟର, ସାଉଣ୍ଡବକ୍ସ ଆଦି ପହଞ୍ଚିଥିଲା। ଜେନେରେଟର, ମେକ୍ଅପ୍ ଭ୍ୟାନ, ଭ୍ୟାନିଟି ଭ୍ୟାନ, ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି। ସେଟ୍ ନିର୍ମାଣ, ପୋଷାକ ତିଆରି ଏବଂ ବୈଷୟିକ ସହାୟତା ନିମନ୍ତେ ୨ଶହ ଜଣିଆ ଟିମ୍ ଲୋକେସନ୍ରେ ପହଞ୍ଚି ନିଜ ନିଜ କାମ ଆରମ୍ଭ କରିଛନ୍ତି। ଆଜି ପାର୍ଶ୍ବ କଳାକାରମାନେ ଜଙ୍ଗଲରୁ କାଟିଥିବା ଗଛକୁ ନଦୀ ପାର୍ କରାଇବା ଏବଂ ପୁଲିସ ତାହାକୁ ଜବତ ପାଇଁ ଚେଷ୍ଟା କରିବା ଦୃଶ୍ୟର ଅଭ୍ୟାସ କରିଥିଲେ। ତେଣୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ କିଛି ଅଭ୍ୟାସ ସିନ୍ରେ ସୁଯୋଗ ଦିଆଯାଇଥିଲା। ପାର୍ଶ୍ବ ଅଭିନେତା ସିନ୍ ଅନୁସାରେ ମେକ୍ଅପ୍ ଏବଂ ପୋଷାକ ପିନ୍ଧି ଅଭ୍ୟାସ କରିଥିଲେ। ଆଜି ସକାଳୁ ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଛି । ଆଗାମୀ ୨ ରୁ ୩ ଦିନ ପର୍ଯ୍ୟନ୍ତ ସୁଟିଂ ଚାଲିବାକୁ ଥିବା ବେଳେ ୧୨ ତାରିଖରେ ପୁଷ୍ପା ଓରଫ ଅଲ୍ଲୁ ଅର୍ଜୁନ ପହଞ୍ଚିବେ ବୋଲି ସୂଚନା ମିଳୁଛି। ସୁଟିଂ ଦେଖିବାକୁ ସ୍ଥାନୀୟ ବାସିନ୍ଦା ଓ ପୁଷ୍ପା ଫିଲ୍ମ ପ୍ରଶଂସକଙ୍କ ସୁଅ ଛୁଟୁଥିବା ବେଳେ ମାଲକାନଗିରି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।




