ରକ୍ତ ସଫାକଲେ କମୁଛି ବୟସ

ରକ୍ତ ସଫାକଲେ କମୁଛି ବୟସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ବ୍ରିଟେନର ଜଣେ ମହିଳା ବର୍ତ୍ତମାନ ନିଜର ଅଜବ ଦାବି ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଉକ୍ତ ମହିଳାଙ୍କ ଦାବି ଅନୁସାରେ ସେ ନିଜର ରକ୍ତକୁ ସଫା କରିବା ଫଳରେ ନିଜ ବୟସକୁ ରୋକି ପାରିଛନ୍ତି । ଇଂଲଣ୍ଡରେ ରହୁଥିବା ଏହି ୩୬ ବର୍ଷୀୟ ମହିଳା ନିଜ ବୟସ କମାଇବା ପାଇଁ  ରକ୍ତ ସଫା କରାଇବାର ବ୍ୟବସ୍ଥା କରିଛନ୍ତି । ଏହି ପ୍ରକ୍ରିୟାରେ ସେ ନିଜ ରକ୍ତରୁ ପାଖାପାଖି ୪୦୦ ଏମ୍ଏଲ ଅପରିଷ୍କାର ସାମଗ୍ରୀ ବାହାର କରିଛନ୍ତି । ଯାହାଫଳରେ ବର୍ତ୍ତମାନ ତାଙ୍କୁ ତାଙ୍କ ବୟସ ୨୮ ବର୍ଷ ଭଳି ଲାଗୁଛି । ଏହି ପ୍ରକ୍ରିୟାରେ ଶରୀରର ରକ୍ତରୁ ମେସିନ ଓ ଡାକ୍ତରୀ ସହାୟତାରେ ସମସ୍ତ ଅପରିଷ୍କାର ବାହାର କରାଯାଇ ଡିଟକ୍ସିଫାଏ କରାଯାଇଥାଏ । ମହିଳାଙ୍କୁ ଏହି ପ୍ରକ୍ରିୟା କରିବାକୁ ପାଖାପାଖି ୨ଲକ୍ଷ ଟଙ୍କାର ବ୍ୟୟ ଆସିଛି । ସେହିଭଳି ଏହି ପ୍ରକ୍ରିୟା କରିବା ପରେ ଉକ୍ତ ମହିଳାଙ୍କର ଶରୀରରେ ସକରାତ୍ମକ ପରିବର୍ତ୍ତନ ଆସିଛି ବୋଲି ସେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର ସନତ କୁମାର ଏନ.ନନ୍ଦନ କାନନର ନୂଆ ନିର୍ଦେଶକ

Tags: