ମହାପ୍ରଭୁ ଜମି ଜାଲିଆତି ପ୍ରସଙ୍ଗ: କ୍ରେତା ଓ ବିକ୍ରେତାଙ୍କ ସହ ସବ ରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ପୁରୀ:ମହାପ୍ରଭୁ ଜମି ଜାଲିଆତିକୁ ନେଇ ଶ୍ରୀ ମନ୍ଦିର ପ୍ରଶାସନ ନେଇଛି ଆଇନ ଗତ ସହାୟତା।ପ୍ରଶାସନ ପକ୍ଷରୁ ମାଟିତୋଟା ମୌଜାରେ ଜମି କେଳେଙ୍କାରୀ ନେଇ ବାସେଳୀ ସାହି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମାଟିତୋଟା ମୌଜାର ୟୁନିଟ୧ ଖାତା ନମ୍ବର ୩୮ରେ ୧୦୯ଟି ପ୍ଲଟ ବେଆଇନ ଭାବେ ଜବରଦଖଲ ସହ ହସ୍ତାନ୍ତର ଉଦ୍ୟମ ହୋଇଥିବା ଜଣାପଡିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଏତଲା ଦିଆଯାଇଛି।ଜିଲ୍ଳାପାଳ ଓ ଆଇନମନ୍ତ୍ରୀ କହିଛନ୍ତି ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି।ପୋଲିସ ତଦନ୍ତ […]
ପୁରୀ:ମହାପ୍ରଭୁ ଜମି ଜାଲିଆତିକୁ ନେଇ ଶ୍ରୀ ମନ୍ଦିର ପ୍ରଶାସନ ନେଇଛି ଆଇନ ଗତ ସହାୟତା।ପ୍ରଶାସନ ପକ୍ଷରୁ ମାଟିତୋଟା ମୌଜାରେ ଜମି କେଳେଙ୍କାରୀ ନେଇ ବାସେଳୀ ସାହି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମାଟିତୋଟା ମୌଜାର ୟୁନିଟ୧ ଖାତା ନମ୍ବର ୩୮ରେ ୧୦୯ଟି ପ୍ଲଟ ବେଆଇନ ଭାବେ ଜବରଦଖଲ ସହ ହସ୍ତାନ୍ତର ଉଦ୍ୟମ ହୋଇଥିବା ଜଣାପଡିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଏତଲା ଦିଆଯାଇଛି।ଜିଲ୍ଳାପାଳ ଓ ଆଇନମନ୍ତ୍ରୀ କହିଛନ୍ତି ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି।ପୋଲିସ ତଦନ୍ତ କରିବା ପରେ ଆଇନ ଅନୁଯାୟୀ ଉଭୟ କ୍ରେତା ଓ ବିକ୍ରେତାଙ୍କ ସହ ସବ ରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ମାଟିତୋଟା ବାସିନ୍ଦା କହିଛନ୍ତି ସେମାନେ ପୁରୁଷ ପୁରୁଷ ଧରି ଏମାନେ ଉକ୍ତ ଜମିରେ ବସବାସ କରିବା ସହ ଦେଖାଶୁଣା କରି ଆସୁଛନ୍ତି।କୌଣସି ପରିସ୍ଥିତିରେ ସେମାନେ ଏହି ଅଞ୍ଚଳ ଛାଡି ଯିବେ ନାହିଁ।
ଶ୍ରୀମନ୍ଦିର ପ୍ରଶାସନ ଏହା ଜାଣିବା ପରେ ବାସେଳୀ ସାହି ଥାନାରେ ଏତଲା ଦେବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବ୍ୟକ୍ତିଗତ ଭାବେ ଜିଲ୍ଳାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି।ଶ୍ରୀମନ୍ଦିର ପ୍ରଶାସନର ମୂଲ୍ୟବାନ ଜମି ବେଆଇନ ଭାବେ ଜବରଦଖଲ କରିବା ଓ ହସ୍ତାନ୍ତର କରିବା ଆଇନଗତଃ ଅପରାଧ। ଏଥିରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଏକ ପ୍ରେସ ଇସ୍ତାହାର ଯୋଗେ ଅବଗତ କରାଇଥିଲ।ବେଆଇନ ଭାବେ ଜମି ହାତେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯିବା ସହ ବାସେଳୀ ସାହି ଥାନାରେ ଏତଲା ଦିଆଯାଇଛି।
ତେବେ ୨୦୧୫ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପାଇଁ ଜମିଦାରୀ ଉଚ୍ଛେଦ ଆଇନ ଓ ଦେବୋତ୍ତର ଆଇନ ଲାଗୁ ହେବ ନାହିଁ।ଏହି କ୍ରମରେ ସମସ୍ତ ଜମିର ମାଲିକ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଲେ ଦ୍ଵିତୀୟ କ୍ରମରେ ପ୍ରଜା ରହିବେ।ଏଣୁ ନୋଟାରୀ ଦ୍ୱାରା ହୋଇଥିବା ଜମି ବିକ୍ରୀ ବୈଧ ନୁହେଁ।ସେହି ଅନୁଯାୟୀ କ୍ରେତା ,ବିକ୍ରେତା ଓ ସବ ରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। କିନ୍ତୁ ୧୦୯ ଟି ପ୍ଲଟର ସମ୍ପୂର୍ଣ୍ଣ ଯାଞ୍ଚ କରି ଶ୍ରୀମନ୍ଦିର ପ୍ରଶାସନ ଖଜଣା ନେଇ ପ୍ରଜା ସତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି।




