ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ:ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଆସନ୍ତାକାଲି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏସଓପି ଅନୁସାରେ ରତ୍ନଭଣ୍ଡାର ମରାମତି କାମ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଦୈନିକ ୫ ଘଣ୍ଟା ଧରି ମରାମତି କାମ ସହିତ ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତି ନିର୍ଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍‌ ସର୍ଭେ ରିପୋର୍ଟକୁ ଆଧାର କରି ରତ୍ନ […]

Samaya Live Picture
Published On

ପୁରୀ:ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଆସନ୍ତାକାଲି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏସଓପି ଅନୁସାରେ ରତ୍ନଭଣ୍ଡାର ମରାମତି କାମ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଦୈନିକ ୫ ଘଣ୍ଟା ଧରି ମରାମତି କାମ ସହିତ ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତି ନିର୍ଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି।

NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍‌ ସର୍ଭେ ରିପୋର୍ଟକୁ ଆଧାର କରି ରତ୍ନ ଭଣ୍ଡାର ମରାମତି କାମ ହେବ। ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞଏହି ସମୟରେ ଉପସ୍ଥିତ ରହିବେ।ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଓ ASIର ସ୍ୱତନ୍ତ୍ର ଟିମ୍‌ ଉପସ୍ଥିତ ରହି ମରାମତି କାମକୁ ଆଗକୁ ବଢ଼ାଇବେ।

Tags: