ସରିଲା ଧର୍ମର ମାସ, ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ୪ ଦ୍ବାର

ପୁରୀ:ଶେଷହୋଇଛି କାର୍ତ୍ତିକ ମାସ। ଜଗା ପ୍ରେମୀଙ୍କ ପାଇଁ ଆସିଛି ଭଲ ଖବର। ଆଜିଠୁ ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ଭକ୍ତ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଭକ୍ତ ବର୍ତ୍ତମାନ ସୁରୁଖୁରୁରେ ମନ୍ଦିର ଭିତରକୁ ଯାଉଛନ୍ତି।ଆଜି ସକାଳୁ ସକାଳୁଭକ୍ତ ଶ୍ରଦ୍ଧାଳୁଙ୍କୁ ଭିଡ଼ ରହିଛି ପୁରୀରେ। ସେହିପରି ସେବକ ଓ ତାଙ୍କ ପରିବାରର ସଦସ୍ୟ ୪ ଦ୍ବାର ଦେଇ ପ୍ରବେଶ ଏବଂ ପ୍ରସ୍ଥାନ କରିପାରିବେ […]

Samaya Live Picture
Published On

ପୁରୀ:ଶେଷହୋଇଛି କାର୍ତ୍ତିକ ମାସ। ଜଗା ପ୍ରେମୀଙ୍କ ପାଇଁ ଆସିଛି ଭଲ ଖବର। ଆଜିଠୁ ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ଭକ୍ତ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଭକ୍ତ ବର୍ତ୍ତମାନ ସୁରୁଖୁରୁରେ ମନ୍ଦିର ଭିତରକୁ ଯାଉଛନ୍ତି।ଆଜି ସକାଳୁ ସକାଳୁଭକ୍ତ ଶ୍ରଦ୍ଧାଳୁଙ୍କୁ ଭିଡ଼ ରହିଛି ପୁରୀରେ।

ସେହିପରି ସେବକ ଓ ତାଙ୍କ ପରିବାରର ସଦସ୍ୟ ୪ ଦ୍ବାର ଦେଇ ପ୍ରବେଶ ଏବଂ ପ୍ରସ୍ଥାନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ,କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ନାଟ ମଣ୍ଡପଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ରହିଛି।ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ।

Tags: