୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା
ପୁରୀ : ପୁରୀ ପୌରପାଳିକାକୁ ହାଇକୋର୍ଟଙ୍କ ଛାଟ I ୧୦ ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ନିର୍ଦେଶ I ୨୦୧୬ ମସିହାରେ ପୁରୀ ପୌରପାଳିକାର ଏକ ୪ ବର୍ଷର ଶିଶୁକୁ କୁକୁର କାମୁଡି ଝୁଣି ମାରି ଖାଇଦେଇଥିଲା I ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡ଼ିରେ ଖେଳୁଥିବା ବେଳେ ଶିଶୁଟି ବୁଲା କୁକୁରଙ୍କର ଶିକାର ହୋଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ମେଡିକାଲ୍ ନିଆଯାଇଥିଲା । ହେଲେ ସେଠାରେ ଶିଶୁର ମୃତ୍ୟୁ ହୋଇଥିଲା । ସହରରେ […]
ପୁରୀ : ପୁରୀ ପୌରପାଳିକାକୁ ହାଇକୋର୍ଟଙ୍କ ଛାଟ I ୧୦ ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ନିର୍ଦେଶ I ୨୦୧୬ ମସିହାରେ ପୁରୀ ପୌରପାଳିକାର ଏକ ୪ ବର୍ଷର ଶିଶୁକୁ କୁକୁର କାମୁଡି ଝୁଣି ମାରି ଖାଇଦେଇଥିଲା I ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡ଼ିରେ ଖେଳୁଥିବା ବେଳେ ଶିଶୁଟି ବୁଲା କୁକୁରଙ୍କର ଶିକାର ହୋଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ମେଡିକାଲ୍ ନିଆଯାଇଥିଲା । ହେଲେ ସେଠାରେ ଶିଶୁର ମୃତ୍ୟୁ ହୋଇଥିଲା । ସହରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢିଥିବା ବେଳେ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଥିଲା।ଏହି ଘଟଣାରେ ମୃତ ଶିଶୁର ପରିବାରକୁ ପୁରୀ ପୌରପାଳିକା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I




