ପୁରୀ ଡାଲମା

ଓଡିଆ ରୁଚି

 ପୁରୀ ଡାଲମା
Ipsita Picture
By: Ipsita


ସାମଗ୍ରୀ - ଡାଲି, ବାଇଗଣ, ଆଳୁ, କଦଳୀ, ଖମ୍ବଆଳୁ, ସାରୁ, କଖାରୁ, ବିନ୍‌, ଅଦା, ନଡିଆ କୋରା, ଗୋଟା ଧନିଆ, ଜିରା, ପାନମଧୁରୀ, ଡାଲଚିନି, ଶୁଖିଲା ଲଙ୍କା, ହେଙ୍ଗୁ, ପଞ୍ଚ ଫୁଟଣ ।
ପ୍ରଣାଳୀ - ପ୍ରଥମେ ହାଣ୍ଡିରେ ପାଣି ବସାଇ ଗରମ କରନ୍ତୁ । ଏହାପରେ ଏଥିରେ ହରଡ ଡାଲି ଧୋଇ ପକାନ୍ତୁ । ଡାଲି ଏକ ଫୁଟଣ ଆସିବା ପରେ ଟାଣ ପରିବା ପ୍ରଥମେ ପକାନ୍ତୁ । ବାଇଗଣକୁ ପଛରେ ପକାଯିବ । ଲୁଣ ହଳଦୀ ପକାଇ ଘୋଡାଇ ଦିଅନ୍ତୁ । ଅଳ୍ପ ସମୟ ଫୁଟିବା ପରେ ଏଥିରେ ବାଇଗଣ ଓ ଅଦା ଛେଚା ପକାନ୍ତୁ । ଡାଲି ଓ ପରିବା ୮୦ ପ୍ରତିଶତ ସିଝିବା ପରେ ଏଥିରେ ନଡିଆ କୋରା ପକାନ୍ତୁ । ଅନ୍ୟ ଏକପାତ୍ରରେ ଗୋଟା ଧନିଆ, ଜୀରା, ପାନମଧୁରୀ, ଶୁଖିଲା ଲଙ୍କା, ଡାଲଚିନି ପକାଇ ଅଳ୍ପ ଭାଜି ନିଅନ୍ତୁ । ଏହାକୁ ଥଣ୍ଡା କରି ଗୁଣ୍ଡ କରିନିଅନ୍ତୁ । ବର୍ତ୍ତମାନ ଏହି ଗୁଣ୍ଡ ମସଲା ପକାଇ ଗୋଳାଇ ନିଅନ୍ତୁ ।  ଶେଷରେ ତେଲରେ ପଞ୍ଚ ଫୁଟଣ ଓ ଶୁଖିଲାଲଙ୍କା, ହେଙ୍ଗୁ ପକାନ୍ତୁ ଏହାକୁ ଡାଲମାରେ ପକାଇ ଆଞ୍ଚ ବନ୍ଦ କରିନିଅନ୍ତୁ ପ୍ରସ୍ତୁତ ହୋଇଯିବ ପୁରୀ ଡାଲମା ।

Read More ମହାଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପ୍ରକଳ୍ପ କାର୍ଯ୍ୟ

Tags: