ଟିକେଟ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ

ପୁରୀ : ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଫେରାଇଲେ ଟିକେଟ I ପ୍ରଚାର ପାଇଁ ପାର୍ଟି ଫଣ୍ଡିଂ ନ ଦେବାରୁ ଟିକେଟ ଫେରାଇଥିବା ଜଣା ପଡିଛି I ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ସୁଚରିତା ମହାନ୍ତି। ସେ ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି, କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ। ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ […]

Samaya Live Picture
Published On

ପୁରୀ : ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଫେରାଇଲେ ଟିକେଟ I ପ୍ରଚାର ପାଇଁ ପାର୍ଟି ଫଣ୍ଡିଂ ନ ଦେବାରୁ ଟିକେଟ ଫେରାଇଥିବା ଜଣା ପଡିଛି I ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ସୁଚରିତା ମହାନ୍ତି। ସେ ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି, କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ। ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୁଚରିତା ମହାନ୍ତି ଆହୁରି କହିଛନ୍ତି ଯେ ସେ ଏଆଇସିସିସକୁ ‌ପୁରୀ ଲୋକସଭା ଅନ୍ତର୍ଗତ ୭ରୁ ୪ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ବଦଳାଇବା ଲାଗି ଜଣାଇଥିଲେ। ହେଲେ ସେଭଳି କରାଗଲା ନାହିଁ। ଏନେଇ ସେ ଇମେଲ ଯୋଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଜଣାଇଛନ୍ତି।

ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ। ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା । ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି। ତେବେ ଏହି ଆସନରେ ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ପୁରୀ ଲୋକସଭାରେ ବିଜେଡି – ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି କୁହାଯାଉଛି । ବିଜେଡିରୁ ଲଢ଼ୁଛନ୍ତି ଅରୁପ ପଟ୍ଟନାୟକ । ସେ ଗତଥର ଭୁବନେଶ୍ୱର ଲୋକସଭାରୁ ଲଢ଼ି ପରାଜିତ ହୋଇଥିଲେ । ସେହିଭଳି ଗତଥର ପୁରୀରୁ ଲଢ଼ି ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏଥର ମଧ୍ୟ ଲଢ଼ୁଛନ୍ତି ।

Tags: