ପୁରୀ ବାଣ ବିସ୍ଫୋରଣ ଘଟଣା,ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ପୁରୀ :ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ର କୁ ବୃଦ୍ଧି ହୋଇଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଅନ୍ୟ ୧୩ ଜଣଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ତେବେ ଏହି ବିସ୍ପୋରଣରେ ପୁରୀର ଖଣ୍ଡିଆବନ୍ଧ ଗାଁରେ ସବୁଠୁ ଅଧିକ ମୃତ୍ୟୁ ସଂଖ୍ୟା ରହିଛି । ଆଜି ଅତିରିକ୍ତ ଏସଆରସିଙ୍କ ଦ୍ୱାରା ପୁରୀ ସର୍କିଟ ହାଉସରେ ତଦନ୍ତ ହେବ। ଅପରାହ୍ଣ ୩ଟାରୁ ୭ଟା ମଧ୍ୟରେ […]
ପୁରୀ :ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ର କୁ ବୃଦ୍ଧି ହୋଇଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଅନ୍ୟ ୧୩ ଜଣଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ତେବେ ଏହି ବିସ୍ପୋରଣରେ ପୁରୀର ଖଣ୍ଡିଆବନ୍ଧ ଗାଁରେ ସବୁଠୁ ଅଧିକ ମୃତ୍ୟୁ ସଂଖ୍ୟା ରହିଛି । ଆଜି ଅତିରିକ୍ତ ଏସଆରସିଙ୍କ ଦ୍ୱାରା ପୁରୀ ସର୍କିଟ ହାଉସରେ ତଦନ୍ତ ହେବ। ଅପରାହ୍ଣ ୩ଟାରୁ ୭ଟା ମଧ୍ୟରେ ଜନତାଙ୍କ ଠାରୁ ମତଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ପରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ପୁରୀ ଜିଲାପାଳଙ୍କୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶନାମା ଅନୁଯାୟୀ, ଜୁନ ୫ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ରେ ଏହି ଘଟଣାର ତଦନ୍ତ କରାଯିବ। ଏଥିରେ ମନ୍ଦିର ପ୍ରଶାସନ, ପୁଲିସ୍ ଅଧିକ୍ଷକ, ପୁରୀ ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ଏବଂ ଘଟଣା ସହ ଜଡିତ ଲୋକଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଅବଗତ କରାଯାଇଛି।
ସୂଚନାନୁସାରେ, ଗତ ୨୯ ତାରିଖ ବୁଧୁବାର ଦିନ ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ଭଉଁରି ଚନ୍ଦନ ଯାତ୍ରା I ଏହି ସମୟରେ ଦେବୀଘାଟରେ ପ୍ରଚଣ୍ଡ ବାଣ ବିସ୍ଫୋରଣ ଘଟି ପ୍ରଥମେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ।




