ପୁରୀ ବାଣ ବିସ୍ଫୋରଣ,ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ୱର : ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ଵରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ଅନ୍ୟ ଜଣେ ଯୁବକଙ୍କର କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ, ଗତକାଲି ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁରେ ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ ଘଟିବାରୁ ୩ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର […]

Samaya Live Picture
Published On

ଭୁବନେଶ୍ୱର : ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ଵରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ଅନ୍ୟ ଜଣେ ଯୁବକଙ୍କର କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ସୂଚନା ଅନୁସାରେ, ଗତକାଲି ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁରେ ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ ଘଟିବାରୁ ୩ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଜଣଙ୍କୁ ଭୁବନେଶ୍ଵର ଏବଂ ଅନ୍ୟ ଜଣଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ଚିକିତ୍ସାଧୀନ ଅଛନ୍ତି ।

Tags: