ପୁରୀ : ଦୀପ ନିଆଁରେ ନାବାଳିକା ଏବଂ ବୁଲା କୁକୁର କାମୁଡ଼ାରେ ଶିଶୁ ଗୁରୁତର
ପୁରୀ : ଶ୍ରୀକ୍ଷେତ୍ରରେ ଅଘଟଣ I ମନ୍ଦିର ଭିତରେ ଦୀପ ନିଆଁରେ ଜଣେ ନାବାଳିକା ପୋଡି ହୋଇ ଗୁରୁତର ହୋଇ ପଡିଛି Iଆହତ ନାବାଳିକାଙ୍କ ଘର ହାଇଦ୍ରାବାଦ ଅଞ୍ଚଳରେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନାବାଳିକା ଜଣଙ୍କ ପରିବାର ସହ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିର ସାତପାହାଚ ନିକଟରେ ଲାଗିଥିବା ଦୀପରୁ ନିଆଁ ତାଙ୍କ ଡ୍ରେସରେ ଲାଗି ଶରୀର କିଛି ଅଂଶ ପୋଡ଼ି ଯାଇଥିଲା। ପରିବାର ଲୋକେ ଓ ସେଠାରେ ଉପସ୍ଥିତ ଅନ୍ୟ […]
ପୁରୀ : ଶ୍ରୀକ୍ଷେତ୍ରରେ ଅଘଟଣ I ମନ୍ଦିର ଭିତରେ ଦୀପ ନିଆଁରେ ଜଣେ ନାବାଳିକା ପୋଡି ହୋଇ ଗୁରୁତର ହୋଇ ପଡିଛି Iଆହତ ନାବାଳିକାଙ୍କ ଘର ହାଇଦ୍ରାବାଦ ଅଞ୍ଚଳରେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନାବାଳିକା ଜଣଙ୍କ ପରିବାର ସହ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିର ସାତପାହାଚ ନିକଟରେ ଲାଗିଥିବା ଦୀପରୁ ନିଆଁ ତାଙ୍କ ଡ୍ରେସରେ ଲାଗି ଶରୀର କିଛି ଅଂଶ ପୋଡ଼ି ଯାଇଥିଲା। ପରିବାର ଲୋକେ ଓ ସେଠାରେ ଉପସ୍ଥିତ ଅନ୍ୟ ଭକ୍ତମାନେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇ ଦେଇଥିଲେ। ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଅନ୍ୟପଟେ ଗରୁଡ଼ ସ୍ଥମ୍ଭ ନିକଟରେ ଏକ ଶିଶୁର ଆଖିକୁ ବୁଲା କୁକୁର କାମୁଡ଼ିଦେବାରୁ ଶିଶୁଟି ମଧ୍ୟ ଗୁରୁତର ହୋଇପଡିଥିବା ଜଣାଯାଇଛି I ପରିବାର ଲୋକଙ୍କ ସହିତ ପିଲାଟି ମଦିର ଭୀରତାକୁ ଯିବାବେଳେ ଏହି ଅଘଟଣ ଘଟିଥିଲା ଇ ତେବେ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି I




