ଆଜିଠୁ ହାଇକୋର୍ଟରେ ପୂଜା ଅବକାଶ

କଟକ : ଅକ୍ଟୋବର ପହିଲାରୁ ଓଡିଶା ହାଇକୋର୍ଟର ପୂଜା ଅବକାଶ । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହି ୧୦ ତାରିଖରେ ଖୋଲିବ I ପୂଜା ଅବକାଶରେ ତିନି ଦିନ ଅର୍ଥାତ୍‌ ଅକ୍ଟୋବର ୧, ୬ ଓ ୭ ତାରିଖ ଦିନ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅବକାଶକାଳୀନ କୋର୍ଟ କାର୍ଯ୍ୟ କରିବ । ଦୁର୍ଗାପୂଜା ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ରହିବେ। ଛୁଟି ଅବଧି ମଧ୍ୟରେ ୬ ଓ […]

Samaya Live Picture
Published On

କଟକ : ଅକ୍ଟୋବର ପହିଲାରୁ ଓଡିଶା ହାଇକୋର୍ଟର ପୂଜା ଅବକାଶ । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହି ୧୦ ତାରିଖରେ ଖୋଲିବ I ପୂଜା ଅବକାଶରେ ତିନି ଦିନ ଅର୍ଥାତ୍‌ ଅକ୍ଟୋବର ୧, ୬ ଓ ୭ ତାରିଖ ଦିନ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅବକାଶକାଳୀନ କୋର୍ଟ କାର୍ଯ୍ୟ କରିବ । ଦୁର୍ଗାପୂଜା ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ରହିବେ।
ଛୁଟି ଅବଧି ମଧ୍ୟରେ ୬ ଓ ୭ ତାରିଖକୁ ସମସ୍ତ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଡ୍ୟୁଟି ପିରିୟଡ ଭାବେ ରଖା କରାଯାଇଛି । ଜରୁରି ଆବେଦନଗୁଡିକ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଅବକାଶକାଳୀନ କୋର୍ଟ ତାରିଖର ପୂର୍ବାହ୍ନ ୧୧ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଦାଖଲ କରିବାକୁ ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Tags: