ପେସା ପାଇଁ ନିଆଯିବ ଜନମତ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଲାଗୁ ହେବ ପେସା ଆଇନ I ସହିଦ ବିପ୍ଲବୀ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଆଇନ୍ ଲାଗୁ କିରବା ଆଗରୁ ରାଜ୍ୟ ସରକାର ଲୋକଙ୍କ ମତ ନେବା ନେଇ କହିଛନ୍ତି । ଜନଜାତୀୟ ଗୌରବ ଦୀବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। କିନ୍ତୁ ପୂର୍ବରୁ […]
ଭୁବନେଶ୍ୱର : ରାଜ୍ୟରେ ଲାଗୁ ହେବ ପେସା ଆଇନ I ସହିଦ ବିପ୍ଲବୀ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଆଇନ୍ ଲାଗୁ କିରବା ଆଗରୁ ରାଜ୍ୟ ସରକାର ଲୋକଙ୍କ ମତ ନେବା ନେଇ କହିଛନ୍ତି । ଜନଜାତୀୟ ଗୌରବ ଦୀବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖା ଯାଇଥିଲା। ଆଦିବାସୀ ସଂସ୍କୃତି କୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ଜନସଭା ହେବ । ପେସା କିଭଳି କାର୍ଯ୍ୟକାରୀ ହେବ ସେନେଇ ବିସ୍ତୃତ ଆଲୋଚନା ହେବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଯଦି ଦେଖିବା ପେଶା ଆଇନ ଦେଶର ୬ଟି ରାଜ୍ୟରେ ଲାଗୁ ହୋଇସାରିଛି । କିନ୍ତୁ ଓଡିଶାରେ ଏହା ଏ ଯାଏଁ ଲାଗୁ ହୋଇନାହିଁ । ପେଶା ଆଇନ ଲାଗୁ କରିବା ଦାବିରେ ସୁନ୍ଦରଗଡ ଭଳି ଜିଲ୍ଲାରେ ଆନ୍ଦୋଳନ ବି ହୋଇଛି । ଛତିଶଗଡ ଓ ଆନ୍ଧ୍ରରେ ଏହି ପେଶା ଆଇନ ଲାଗୁ ହେବା ପରେ ଏହାର ସକରାତ୍ମକ ପ୍ରଭାବ ଦେଖାଯାଇଛି । ଆଦିବାସୀ ଓ ଗ୍ରାମସଭାକୁ ଅଧିକ ସଶକ୍ତ, ଶିକ୍ଷା ସ୍ୱାସ୍ଥ୍ୟଭଳି କ୍ଷେତ୍ରରେ ସୁଧାର ଆଣିବା ଆଣିବା ମୁଖ୍ୟ ଉଦ୍ଦେଶ୍ୟ ।
ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ଏହି ଦିବସ ପାଳିତ ହୋଇଛି । ଜନଜାତିୟ ଗୌରବ ଦିବସ ଅବସରରେ ୧୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଦିବାସୀ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଏହି ପ୍ରକଳ୍ପ ସବୁ କୁ ଉତ୍ସର୍ଗୀକୃତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହିଅବସରରେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବ। ଏହା ସହ ଜଙ୍ଗଲ ଆଇନ କାର୍ଯ୍ୟକାରିତା ର ସ୍ଥିତି ମଧ୍ୟ ଜାଣିପାରିବେ ସରକାର ।




