ଏଫଏମ ଘଟଣାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ : ବାଲେଶ୍ବର ଏଫଏମ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାର ହାଇକୋର୍ଟ ଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ପାଇଁ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ହାଇକୋର୍ଟରେ ରୁଜୁ ହୋଇଛି। ମାନବାଧିକାର କର୍ମୀ ତଥା ଆଇନଜୀବୀ ଶିବଶଙ୍କର ମହାନ୍ତି ଏକ ଆବେଦନ ଦାଏର କରିବା ସହ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି । ଏହି ମାମଲାରେ ଦର୍ଶାଯାଇଛି ଯେ ପୀଡିତା ଛାତ୍ରୀ ଜଣକ ନିର୍ଯାତନାର ଶୀକାର ହୋଇଥିଲେ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା […]

ଏଫଏମ ଘଟଣାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
Samaya Live Picture
Published On

କଟକ : ବାଲେଶ୍ବର ଏଫଏମ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାର ହାଇକୋର୍ଟ ଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ପାଇଁ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ହାଇକୋର୍ଟରେ ରୁଜୁ ହୋଇଛି। ମାନବାଧିକାର କର୍ମୀ ତଥା ଆଇନଜୀବୀ ଶିବଶଙ୍କର ମହାନ୍ତି ଏକ ଆବେଦନ ଦାଏର କରିବା ସହ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି । ଏହି ମାମଲାରେ ଦର୍ଶାଯାଇଛି ଯେ ପୀଡିତା ଛାତ୍ରୀ ଜଣକ ନିର୍ଯାତନାର ଶୀକାର ହୋଇଥିଲେ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ଜୀବନ ଯାଇଛି। ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହା ଅତିସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ଉପଯୁକ୍ତ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ ପିଟିସନ୍‌ରେ ଯୁକ୍ତି ଦର୍ଶାଇଛନ୍ତି । ତେଣୁ ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ନିରପେକ୍ଷ ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଉ। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ହେଲେ ଯାଇ ସତ ଉନ୍ମୋଚିତ ହେବ। ମାମଲାରେ ମୁଖ୍ଯ ଶାସନ ସଚିବ,ପୋଲିସ ଡିଜି,ୟୁଜିସି ସହିତ ଅନ୍ୟ କେତେକ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି।

Tags: