ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର : ଗତକାଲି ରାଜସ୍ବ ମନ୍ତ୍ରୀ ପଦରୁ ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଛନ୍ତି I ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମିଳିଲା ରାଜସ୍ବ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ I ପୂର୍ବରୁ ଶ୍ରୀ ମାର୍ଣ୍ଡି ମଧ୍ୟ ସେହି ବିଭାଗର ଦାୟିତ୍ବରେ ଥିଲେ। ମାତ୍ର ପରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ହଟାଯାଇଥିଲା। ଏହାପରେ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସୂଚନାନୁସାରେ,୨୦୧୯ରେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ରାଜସ୍ବ […]
ଭୁବନେଶ୍ୱର : ଗତକାଲି ରାଜସ୍ବ ମନ୍ତ୍ରୀ ପଦରୁ ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଛନ୍ତି I ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମିଳିଲା ରାଜସ୍ବ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ I ପୂର୍ବରୁ ଶ୍ରୀ ମାର୍ଣ୍ଡି ମଧ୍ୟ ସେହି ବିଭାଗର ଦାୟିତ୍ବରେ ଥିଲେ। ମାତ୍ର ପରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ହଟାଯାଇଥିଲା। ଏହାପରେ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
ସୂଚନାନୁସାରେ,୨୦୧୯ରେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣି ସୁଦାମଙ୍କୁ ପୁନର୍ବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା।




