ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ I ଶିକ୍ଷକ ମାନଙ୍କ ଦାବି ଅନୁଯାୟୀ ସେମାନଙ୍କୁ ନୂତନ ପେନସନ ଯୋଜନା ଭୁକ୍ତ କରାଯାଉ। ଏଥିସହ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଡ଼ାଯାଉ। ୬ଟି ନ୍ୟାସନାଲ ଇନକ୍ରିମେଂଟ ଦିଆଯାଉ ବୋଲି ବି ସେମାନେ ଦାବି କରିଛନ୍ତି। ଗତ […]

Samaya Live Picture
Published On

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ I ଶିକ୍ଷକ ମାନଙ୍କ ଦାବି ଅନୁଯାୟୀ ସେମାନଙ୍କୁ ନୂତନ ପେନସନ ଯୋଜନା ଭୁକ୍ତ କରାଯାଉ। ଏଥିସହ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଡ଼ାଯାଉ। ୬ଟି ନ୍ୟାସନାଲ ଇନକ୍ରିମେଂଟ ଦିଆଯାଉ ବୋଲି ବି ସେମାନେ ଦାବି କରିଛନ୍ତି। ଗତ ୧୧ ଦିନ ଧରି ଧାରଣାରେ ବସିଥିବା ମାଧ୍ୟମିକ ଶିକ୍ଷ ସଂଘ ନିଜର ଦାବି ନେଇ ନିଜ ନିଜ ଜିଲ୍ଲାର ମନ୍ତ୍ରୀମାନଙ୍କର ବାସଭବନ ଘେରାଉ ପାଇଁ ଯୋଜନା କରିଛନ୍ତି। ଏହି ଘେରାଉର ଆରମ୍ଭ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ବାସଭବନରୁ ହୋଇଛି । ଏଥି ସହିତ ସେମାନେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି I

Tags: