ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ନିମନ୍ତେ ହେଲପଲାଇନ୍‍ ନଂ ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ ଅଭିଯୋଗ କମିଟି (ଆଇଆଇସି) ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲପଲାଇନ୍‍ ନଂ ଜାରି ହୋଇଛି । ମହିଳା ହେଲପଲାଇନ ନଂ-୧୮୧, ଶିଶୁ ହେଲନଲାଇନ ନଂ-୧୦୯୮, […]

ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ନିମନ୍ତେ ହେଲପଲାଇନ୍‍ ନଂ ଜାରି କଲା ଗଣଶିକ୍ଷା ବିଭାଗ
Samaya Live Picture
Published On

ଭୁବନେଶ୍ୱର : ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ ଅଭିଯୋଗ କମିଟି (ଆଇଆଇସି) ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲପଲାଇନ୍‍ ନଂ ଜାରି ହୋଇଛି । ମହିଳା ହେଲପଲାଇନ ନଂ-୧୮୧, ଶିଶୁ ହେଲନଲାଇନ ନଂ-୧୦୯୮, ପୁଲିସ-୧୧୨, ସ୍କୁଲ ଛାତ୍ର ହେଲପଲାଇନ ନଂ-୧୮୦୦୩୪୫୬୭୨୨ ଜାରି ହୋଇଛି । ଭଲ ଭାବରେ ହେଲପଲାଇନ ନଂ ଲଗାଇବାକୁ ସବୁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । ଏହି ନମ୍ଵର ଗୁଡ଼ିକ ସମସ୍ତ କର୍ମସ୍ଥଳୀ, ବିଦ୍ୟାଳୟ ଏବଂ ଆବାସିକ କ୍ଷେତ୍ରରେ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ହେବ। ଏହାର ପାଳନ କରାନଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଏହା ବ୍ୟତୀତ, ମହିଳା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଡିଇଓ ଏବଂ ଡିପିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Tags: