ବିକ୍ଷୋଭ ପ୍ରଦର୍ଶନ ବେଳେ କିଟ୍‌ ସାମ୍ନାରେ ଧସ୍ତାଧସ୍ତି

ଭୁବନେଶ୍ବର: କିଟ୍‌ ସାମ୍ନାରେ ପୁଣି ଥରେ ଧସ୍ତାଧସ୍ତି । କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ବିକ୍ଷୋଭ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । କଂଗ୍ରେସ କର୍ମୀମୀନେ ଜୋର ଦବରଦସ୍ତ କିଟ୍ ଭିତରକୁ ପ୍ରେବଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜୁଥିବା ବେଳେ ଅନେକ କର୍ମୀଙ୍କୁ ଅଟକ ରଖିଛି ପୋଲିସ […]

Samaya Live Picture
Published On

ଭୁବନେଶ୍ବର: କିଟ୍‌ ସାମ୍ନାରେ ପୁଣି ଥରେ ଧସ୍ତାଧସ୍ତି । କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ବିକ୍ଷୋଭ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । କଂଗ୍ରେସ କର୍ମୀମୀନେ ଜୋର ଦବରଦସ୍ତ କିଟ୍ ଭିତରକୁ ପ୍ରେବଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜୁଥିବା ବେଳେ ଅନେକ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ସୂଚନାନୁସାରେ,କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି ୨୦ଦିନ ବିତିଯାଇଥିଲେ ହେଁ ତଦନ୍ତ କେଉଁ ଦିଗରେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିକ୍ଷୋଭକାରୀ । କିଟ୍ ପ୍ରତିଷ୍ଠାତାଙ୍କ କୁଶପୁତ୍ତଳିକା ଜଳାଇବା ସହିତ ତାଙ୍କ ଗିରଫ ପାଇଁ ଦାବି ଜଣାଇଛନ୍ତି । ତେବେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି । ପୋଲିସ ଘଟଣା ଉପରେ ନଜର ରଖିଛି ।

Tags: