ଚକଦର ପ୍ରକଳ୍ପକୁ ବିରୋଧ: ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ତେଲକୋଇ: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି । ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି […]

Samaya Live Picture
Published On

ତେଲକୋଇ: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି ।

ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି । ଏନେଇ ଦୀର୍ଘ ୪୬ ବର୍ଷ ଧରି ସ୍ଥାନୀୟ ଲୋକ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି। କିନ୍ତୁ କିଛି ସୁଫଳ ମିଳିପାରିନି। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଆଜି ଚାରିଗଡ କଲେଜ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Tags: