ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ,୨୪ ନିର୍ବାଚନ ପୂର୍ବରୁ ପ୍ରସ୍ତୁତ କରିବେ ରଣନୀତି

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ସମସ୍ତ ରାଜନୈତିକ ଦଳ I ପ୍ରସ୍ତୁତ କରୁଛନ୍ତି ନୂତନ ରଣକୌଶଳ I ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ନୂତନ ଖସଡ଼ା ପ୍ରସ୍ତୁତ କରୁଥିବା ଦଳୀୟ ମହଲରୁ ଜଣାପଡ଼ିଛି I ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯେପରି ଅଧିକରୁ ଅଧିକ ସିଟ୍‌ରେ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି। ଏନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ନବନିଯୁକ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ହାତ୍ ସେ […]

Samaya Live Picture
Published On

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ସମସ୍ତ ରାଜନୈତିକ ଦଳ I ପ୍ରସ୍ତୁତ କରୁଛନ୍ତି ନୂତନ ରଣକୌଶଳ I ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ନୂତନ ଖସଡ଼ା ପ୍ରସ୍ତୁତ କରୁଥିବା ଦଳୀୟ ମହଲରୁ ଜଣାପଡ଼ିଛି I ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯେପରି ଅଧିକରୁ ଅଧିକ ସିଟ୍‌ରେ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି। ଏନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ନବନିଯୁକ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ହାତ୍ ସେ ହାତ୍ ଯୋଡ଼ୋ’ ବୈଠକ ବସିଥିଲା । ଆସନ୍ତା ୨୬ ତାରିଖରୁ ଦଳ ‘ହାତ୍ ସେ ହାତ୍ ଯୋଡ଼ୋ’ ଯାତ୍ରା ଆରମ୍ଭ କରିବ । ଏହାସହିତ ଆଗାମୀ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ କିପରି ମଜବୁତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ଓଡ଼ିଶାରେ କଂଗ୍ରେସ ତରଫରୁ ଖୁବ୍‌ ଶୀଘ୍ର ଏକ ମହିଳା ସମାବେଶ ହେବାକୁ ଥିବାରୁ ଏଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗ‌ଦେବାର କାର୍ଯ୍ୟକ୍ରମ ରହିଛି। ବାରମ୍ବାର ପରାଜୟରେ ହତୋତ୍ସାହିତ ହୋଇଯାଇଥିବା କଂଗ୍ରେସ କର୍ମୀ ଓ ନେତାଙ୍କୁ ଜିତିବାର ମନ୍ତ୍ର ଦେବାକୁ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ୍‌ଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଗସ୍ତରେ ଆଣିବାକୁ ଯୋଜନା ହୋଇଛି। ଏହାବାଦ୍ ବିଭିନ୍ନ କାର୍ଯ୍ୟକ୍ରମ‌ରେ କଂଗ୍ରେସର ବରିଷ୍ଠ ନେ‌ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଦଳ ପକ୍ଷରୁ ସୂଚନା ମିଳିଛି।

ଅପରପକ୍ଷେ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି କଂଗ୍ରେସ ପ୍ରଭାରୀଙ୍କୁ ଏ. ଚେଲାକୁମାରଙ୍କ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ଅନୁରୋଧ ପତ୍ର ଲେଖିଛନ୍ତି। ଫେବ୍ରୁଆରି ୧୮ରେ ଖୋର୍ଦ୍ଧା ବରୁଣେଇ ନିକଟରେ ହେବାକୁ ଥିବା ସମାବେଶରେ ପ୍ରିୟଙ୍କା ଯୋଗଦେବାକୁ ଅନୁରୋଧ କରିଛନ୍ତି।

Tags: