ଆସନ୍ତା ସପ୍ତାହରେ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ
ଭୁବନେଶ୍ୱର : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯେକୌଣସି ଶିକ୍ଷାନୁଷ୍ଠାନରେ ଏଭଳି ଦୁଃଖଦ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ସମେତ ୮ ଟି ବିରୋଧୀ ଦଳ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୃତ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେନା ଜଣାଇଛନ୍ତି । […]
ଭୁବନେଶ୍ୱର : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯେକୌଣସି ଶିକ୍ଷାନୁଷ୍ଠାନରେ ଏଭଳି ଦୁଃଖଦ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ସମେତ ୮ ଟି ବିରୋଧୀ ଦଳ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୃତ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେନା ଜଣାଇଛନ୍ତି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ସହ ଥିବା ସେ କହିଛନ୍ତି ।
ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ମୁହଁ ଖୋଲିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡଲରେ ଏଭଳି ଦୁଃଖଦ ଘଟଣାକୁ ସେ ନିନ୍ଦା କରିଛନ୍ତି । ‘ଓଡ଼ିଶାର ଜଣେ ଝିଅ ନ୍ୟାୟ ପାଇଁ ଲଢ଼ି ହାରି ଯାଇଛନ୍ତି । ନିଜ ସହିତ ହୋଇଥିବା ଅତ୍ୟାଚାରକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ । ମାତ୍ର ତାଙ୍କୁ ନ୍ୟାୟ ମିଳିବା ସ୍ଥାନରେ ଅପମାନ, ପ୍ରତାରଣା ମିଳିଲା । ଏହି ଦୁଇଗୁଣ ଅତ୍ୟାଚାର ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ଏହି ଘଟଣାରେ ପିଡୀତ।ଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଆସନ୍ତା ସପ୍ତାହରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ସମ୍ଭାବନା ଅଛି । ଏହି ଗସ୍ତରେ ସେ ବାଲେଶ୍ୱର ଆସିପାରନ୍ତି । ଏହି ଖବର ପ୍ରଚାର ହେବା ପରେ ବାଲେଶ୍ୱର କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଉଠିଛି ।




