ସରକାରୀ ହସ୍ପିଟାଲ ପରିସରରୁ ହଟିବ ଘରୋଇ ଔଷଧ ଦୋକାନ
ଭୁବନେଶ୍ୱର :ରାଜ୍ୟରେ ଥିବା ସମସ୍ତ ସରକାରୀ ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ I ୧୫ ଦିନ ମଧ୍ୟରେ ଔଷଧ ଦୋକାନ ହଟାଇବାକୁ ନିର୍ଦେଶ ହୋଇଛି I ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମେଡିସିନ୍ ଷ୍ଟୋରଗୁଡ଼ିକୁ ଭେକେସନ୍ ନୋଟିସ ଜାରି କରିବା ପାଇଁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ସମସ୍ତ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି। […]
ଭୁବନେଶ୍ୱର :ରାଜ୍ୟରେ ଥିବା ସମସ୍ତ ସରକାରୀ ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ I ୧୫ ଦିନ ମଧ୍ୟରେ ଔଷଧ ଦୋକାନ ହଟାଇବାକୁ ନିର୍ଦେଶ ହୋଇଛି I ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମେଡିସିନ୍ ଷ୍ଟୋରଗୁଡ଼ିକୁ ଭେକେସନ୍ ନୋଟିସ ଜାରି କରିବା ପାଇଁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।
ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ସମସ୍ତ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି। ବ୍ରହ୍ମପୁର MKCG ମେଡିକାଲ, ବୁର୍ଲା ଭିମସାର କର୍ତ୍ତୃପକ୍ଷଙ୍କ ସହ ୨୪ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ୨୦୧୫ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅବଧି ବଢ଼ାଯିବ ନାହିଁ ଏବଂ ନୂଆ ଲାଇସେନ୍ସ ଲାଗୁ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ତଥାପି କିଛି କ୍ୟାମ୍ପସରେ ଲାଇସେନ୍ସ ଅବଧି ସରିବା ସତ୍ତ୍ବେ ମେଡିସିନ ଷ୍ଟୋର ଚାଲିଥିବା ନେଇ କିଛି ନିର୍ଦ୍ଦିଷ୍ଟ ମେଡିସିନ ଷ୍ଟୋର ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଥିଲା।
ରାଜ୍ୟର ବିଭିନ୍ନ ଜାଲ୍ଲର ସରକାରୀ ଡାକ୍ତରଖାନା ପରିସରରେ ଥିବା ୧୦୧ ଔଷଧ ଦୋକାନକୁ ୧୫ଦିନ ମଧ୍ୟରେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ସବୁ ସରକାରୀ ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର (ଡିଡିସି) ଜରିଆରେ ୨୪ ଘଣ୍ଟିଆ ଔଷଧ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ସରକାରୀ ହସ୍ପିଟାଲ ପରିସରରେ କେତେଜଣ ବ୍ୟବସାୟୀ ଔଷଧ ଦୋକାନ ଖୋଲି ବିକ୍ରୟ କରୁଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରୁ ରହିତାଦେଶ ଆଣି ବ୍ୟବସାୟ କରୁଛନ୍ତି। ଅପରପକ୍ଷେ ଅନେକ ଦୋକାନୀଙ୍କ ପାଖରେ ହାଇକୋର୍ଟଙ୍କ ରହିତାଦେଶ ନ ଥିଲେ ବି ସେମାନେ ବ୍ୟବସାୟ ଜାରି ରଖିଛନ୍ତି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଆସନ୍ତା ୧୫ଦିନ ମଧ୍ୟରେ ସରକାରୀ ମେଡିକାଲ କଲେଜ ସହ ସରକାରୀ ଡାକ୍ତରଖାନା ପରିସରରେ ଥିବା ସମସ୍ତ ଔଷଧ ଷ୍ଟୋର୍ଗୁଡିକୁ ଉଚ୍ଛେଦ କରିବା, ବେଆଇନ ଭାବେ ଔଷଧ ବିକ୍ରି କରୁଥିବା ଦୋକାନୀଙ୍କ ଚୁକ୍ତିକୁ ତୁରନ୍ତ ବାତିଲ କରିବାକୁ କୁହାଯାଇଛି।




