୨୦ ରୁ ଘରୋଇ ବସ ଧର୍ମଘଟ
ଭୁବନେଶ୍ୱର : ପୁଣି ଧମକାଇଲେ ଘରୋଇ ବସ ମାଲିକ ସଂଘ I ୨୦ରୁ ସାରା ରାଜ୍ୟରେ ଘରୋଇ ବସ୍ ଧର୍ମଘଟ କରିବେ ବୋଲି ଡାକରା ଦେଇଛନ୍ତି । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଓ ସହର ବାହାରେ ‘ମୋ ବସ୍’ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱରରେ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର : ପୁଣି ଧମକାଇଲେ ଘରୋଇ ବସ ମାଲିକ ସଂଘ I ୨୦ରୁ ସାରା ରାଜ୍ୟରେ ଘରୋଇ ବସ୍ ଧର୍ମଘଟ କରିବେ ବୋଲି ଡାକରା ଦେଇଛନ୍ତି । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଓ ସହର ବାହାରେ ‘ମୋ ବସ୍’ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱରରେ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ଘୋଷଣା କରାଯାଇଛି।
ରାଜ୍ୟ ସରକାରଙ୍କ ସହ ଗତ ୧୦ ତାରିଖରେ ଘରୋଇ ବସ ମାଲିକ ସଂଘର ଆଲୋଚନା ହୋଇଥିଲା I ବାରମ୍ବାର ଆଲୋଚନା ସତ୍ତ୍ବେ ସରକାର ପ୍ରତିଶ୍ରୁତି ପୂରଣ କରୁନାହାନ୍ତି I ତେଣୁ ପୁଣି ଥରେ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।
ସଂଘର କହିବା ମୁତାବକ ସରକାର ନିଜ ପ୍ରତିଶୃତିରେ କହିଥିଲେ କି ଲକ୍ଷ୍ମୀ ବସ ସେବାକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲ୍ଲା ମୁଖ୍ୟାଳୟକୁ ଚଳାଇବେ ନାହିଁ । କିନ୍ତୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ଜିଲ୍ଲା ଗୁଡିକରେ ଏହା ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରୁଛି । ତେବେ ଲକ୍ଷ୍ମୀ ବସ ସେବା ଯୋଜନାରେ,ଘରୋଇ ବସକୁ ସାମିଲ କରାଯାଉ ବୋଲି ସରକାରଙ୍କୁ ଘରୋଇ ବସ ମାଲିକ ସଂଘ ପ୍ରସ୍ତାବ ଦେଇଥିଲେ ମଧ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ସଂଘ ବାଧ୍ୟ ହୋଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ।




