୧୦ ତାରିଖରୁ ଘରୋଇ ବସ ଧର୍ମଘଟ
ଭୂବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ୧୦ ତାରିଖରୁ ଘରୋଇ ବସ ଧର୍ମଘଟ I ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି I ଗତକାଲି ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ପରେ ଏଭଳି ଘୋଷଣା କରିଛି ଓଡିଶା ଘରୋଇ ବସ୍ ମାଲିକ ସଂଘ ।ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ସମଗ୍ର ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ଘରୋଇ ବସ୍ ମାଲିକ […]
ଭୂବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ୧୦ ତାରିଖରୁ ଘରୋଇ ବସ ଧର୍ମଘଟ I ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି I ଗତକାଲି ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ପରେ ଏଭଳି ଘୋଷଣା କରିଛି ଓଡିଶା ଘରୋଇ ବସ୍ ମାଲିକ ସଂଘ ।ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ସମଗ୍ର ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଗତ ଅକ୍ଟୋବର୍ ୨ ତାରିଖ (ଗାନ୍ଧୀ ଜୟନ୍ତୀ) ଦିନ ଏହି ସମାନ ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲା (ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର)ରେ ବସ୍ ଚଳାଚଳ ବନ୍ଦ ରଖାଯାଇଥିଲା।
ଲକ୍ଷ୍ମୀ ବସ୍ ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖ ବୈଠକ କରି ରାଜ୍ୟ ସରକାର ସେମାନଙ୍କ ଦାବି ନଶୁଣିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ରଖିବାକୁ ଧମକ ଦେଇଥିଲେ । ହେଲେ ରାଜ୍ୟ ସରକାର ଆଲୋଚନାକୁ ଡାକିନାହାନ୍ତି କିମ୍ବା କୌଣସି ଦାବି ମାନି ନଥିବା କହି କାଲିଠୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି ।
ସୂଚନାନୁସାରେ,ରାଜ୍ୟ ସରକାର ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗାନ୍ଧୀ ଜୟନ୍ତୀରୁ ମାଲାକାନଗିରି ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଯୋଜନା ଅନୁସାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟ, ବ୍ଲକ୍ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମା, ଜିଲ୍ଲା ସଦର ମହକୁମା ରାଜଧାନୀକୁ ବସ୍ ଚଳାଚଳ ପାଇଁ ଯୋଜନା ହୋଇଛି। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ବିଭିନ୍ନ ରୁଟ୍ରେ ଚାଲିଥିବା ୧୪ ହଜାର ଘରୋଇ ବସ୍ ପ୍ରଭାବିତ ହେବେ। ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ୮ ହଜାର ବସ୍ ମାଲିକ କ୍ଷତି ସହିବେ। ସେହିଭଳି ଘରୋଇ ବସ୍ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ କର୍ମଚାରୀ ମଧ୍ୟ କ୍ଷତି ସହିବାର ଆଶଙ୍କା ପ୍ରକାଶ କରିଛନ୍ତି ଘରୋଇ ବସ୍ ମାଲିକ ସଂଘ I




