ବାଣୀବିହାର ଓଭର ବ୍ରିଜରେ OSRTC ବସକୁ ଧକ୍କା ଦେଲା ଘରୋଇ ବସ

ଭୁବନେଶ୍ୱର :ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସକୁ ପଛରୁ ଧକ୍କା ଦେଲା ଘରୋଇ ବସ। ଆଜି ଭୋର ସମୟରେ OSRTC ବସ୍‌ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ରାସ୍ତାକଡ଼କୁ ଗାଡ଼ି ସାଇଡ୍ କରୁଥିଲେ। ଏହି ସମୟରେ ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସି OSRTC ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇ ବସ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ […]

Samaya Live Picture
Published On

ଭୁବନେଶ୍ୱର :ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସକୁ ପଛରୁ ଧକ୍କା ଦେଲା ଘରୋଇ ବସ। ଆଜି ଭୋର ସମୟରେ OSRTC ବସ୍‌ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ରାସ୍ତାକଡ଼କୁ ଗାଡ଼ି ସାଇଡ୍ କରୁଥିଲେ। ଏହି ସମୟରେ ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସି OSRTC ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇ ବସ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସ ବ୍ରେକ ଫେଲ ହେବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛି।

Tags: