ତୁଣ୍ଡେ ଥାଉ ହରିନାମ,ଯାଉ ଏ ଜୀବନ ମୋର ..

ବରଗଡ଼ : ମୃତ୍ୟୁ ଚିରନ୍ତନ ସତ୍ୟ I କିନ୍ତୁ ଏହା କେତେବେଳେ କେଉଁ ରୂପରେ ଆସିବ କେହି ଜାଣି ନଥାନ୍ତି I କେହି କେହି କୋତରା ଲଗା ହୋଇ ବର୍ଷ ବର୍ଷ ଧରି ବିଛଣାରେ ପଡି ରହୁଥିବା ବେଳେ , କିଏ ପୁଣି ହରି ନାମ ଗାଉ ଗାଉ ଚାଲିଯାଉଛି I ଏକ ସତସଙ୍ଗ କାର୍ଯ୍ୟକ୍ରମରେ ପୂଜକ ଜଣକ ଗାଉଥାନ୍ତି ହରେରାମ ହରେକୃଷ୍ଣ I କିନ୍ତୁ ଏହା ତାଙ୍କର ଶେଷ ଗୀତ ହେବ ବୋଲି ନିଜେ ବି […]

Samaya Live Picture
Published On

ବରଗଡ଼ : ମୃତ୍ୟୁ ଚିରନ୍ତନ ସତ୍ୟ I କିନ୍ତୁ ଏହା କେତେବେଳେ କେଉଁ ରୂପରେ ଆସିବ କେହି ଜାଣି ନଥାନ୍ତି I କେହି କେହି କୋତରା ଲଗା ହୋଇ ବର୍ଷ ବର୍ଷ ଧରି ବିଛଣାରେ ପଡି ରହୁଥିବା ବେଳେ , କିଏ ପୁଣି ହରି ନାମ ଗାଉ ଗାଉ ଚାଲିଯାଉଛି I ଏକ ସତସଙ୍ଗ କାର୍ଯ୍ୟକ୍ରମରେ ପୂଜକ ଜଣକ ଗାଉଥାନ୍ତି ହରେରାମ ହରେକୃଷ୍ଣ I କିନ୍ତୁ ଏହା ତାଙ୍କର ଶେଷ ଗୀତ ହେବ ବୋଲି ନିଜେ ବି ଜାଣି ନଥାନ୍ତି I କେହି କିଛି ବୁଝିବା ଆଗରୁ ହଠାତ ସେ ତଳେ ଗଡି ପଡିଥିଲେ I ତେବେ ତାଙ୍କୁ ତଳୁ ଉଠାଇବାବେଳକୁ ସେ ସବୁଦିନ ପାଇଁ ଇହ ଧାମ ରୁ ବିଦାୟ ନେଇ ସାରିଥିଲେ I ସତେ କି ଚିରଦିନ ପାଇଁ ପ୍ରଭୁଙ୍କ ପାଦ ପଦ୍ମରେ ଆଶ୍ରୟ ନେଇଗଲେ ! ମୃତକ ହେଲେ ଗୋପାଳଜୀ ମନ୍ଦିରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡା(୭୧)। ସେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ଗାଁର ବୋଲି ଜଣାପଡ଼ିଛି।

ଘଟଣାନୁସାରେ, ସୋନପୁର ଜିଲ୍ଲା ବିନିକା ବ୍ଲକ ଅଧୀନରେ ଥିବା ସିନ୍ଦୁରପୁର ଗ୍ରାମର କୈଳାଶ ଚନ୍ଦ୍ର ପଣ୍ଡା ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସତସଙ୍ଗରେ ହରିନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ କୈଳାଶ ହଠାତ୍ ଟଳିପଡ଼ିଥିଲେ। କେହି କିଛି ବୁଝିବା ଆଗରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୂଜକଙ୍କ ଏଭଳି ମୃତ୍ୟୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ।

କୈଳାସ ଚନ୍ଦ୍ର ଜଣେ ଅତି ଧର୍ମ ପରାୟଣ, ଉତ୍ତମ ସ୍ଵଭାଵ ର ବ୍ୟକ୍ତି ଥିଲେ I ସ୍ଥାନୀୟ ଅଂଚଳରେ ତାଙ୍କର ସମସ୍ତଙ୍କ ସହିତ ସୁ-ସମ୍ପର୍କ ରହିଥିଲା I ତାଙ୍କର ଆକସ୍ମିକ ବିୟୋଗ ଜଣାପଡ଼ିବା ପରେ ସିନ୍ଦୁରପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ କୈଳାଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ଆସି ଶବକୁ ଘରକୁ ନେଇ ଯାଇଥିବା ଜଣାପଡିଛି।

Tags: