କନ୍ଧମାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ

ଭୁବନେଶ୍ୱର : ଓଡ଼ିଆ ଭାଷାରେ ନିଜର ମନ କଥା ପ୍ରକଶ କଲେ ପ୍ରଧାନମନ୍ତ୍ରୀ I ୧୦ ତାରିଖ ସନ୍ଧ୍ୟାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ଓଡ଼ିଶାର ୩ ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ କନ୍ଧମାଳ ଗସ୍ତ ପୂର୍ବରୁ ପୁଣି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଓଡ଼ିଆ ଭାଷାରେ ଲେଖିଛନ୍ତି, […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଆ ଭାଷାରେ ନିଜର ମନ କଥା ପ୍ରକଶ କଲେ ପ୍ରଧାନମନ୍ତ୍ରୀ I ୧୦ ତାରିଖ ସନ୍ଧ୍ୟାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ଓଡ଼ିଶାର ୩ ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ କନ୍ଧମାଳ ଗସ୍ତ ପୂର୍ବରୁ ପୁଣି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଓଡ଼ିଆ ଭାଷାରେ ଲେଖିଛନ୍ତି, “ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିବା ଅତ୍ୟନ୍ତ ଆନନ୍ଦର ବିଷୟ। ଓଡ଼ିଶାର ଏକ ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଏହାକୁ ଆହୁରି ସ୍ୱତନ୍ତ୍ର କରିଛି। ଆମ ସରକାର ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବ। ସେ ଟୁଇଟ୍‌ କରି କହିଛନ୍ତି, ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ” ।

ସୂଚନାନୁସାରେ,ଆଜି ସକାଳ ୮ ଟାରୁ ଭୁବନେଶ୍ବରରୁ କନ୍ଧମାଳ ଅଭିମୁଖେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବାୟୁସେନାର ସ୍ବତନ୍ତ୍ର MI-17 ହେଲିକପ୍ଟର ଯୋଗେ କନ୍ଧମାଳ ଅଭିମୁଖେ ଯାତ୍ରା କରିଛନ୍ତି। ଫୁଲବାଣୀରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ପରେ ପରେ ଆଉ ୨ଟି ଜନସଭାକୁ ସମ୍ବୋଧିତ କରିବେ। ୧୨. ୧୫ରେ ବଲାଙ୍ଗିର , ୧.୪୫ରେ ବରଗଡ ଜନସଭାରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ ।

Tags: