ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି I ଆବାସ ବଣ୍ଟନ ଯୋଜନାରେ ଅନେକ ହିତାଧିକାରୀମାନଙ୍କ ନାଁ ତାଲିକାରୁ ବାଦ ଦିଆଯାଇଛି I ଏହାକୁ ନେଇ ଆଜି ପ୍ରେସମିଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ସରକାରଙ୍କ ତୃତୀୟ ମହଲା ଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିଲା ଯେ ଯଦି ଅଭିଯୋଗରେ ନାଁ ଗୁଡ଼ିକ କଟି ଯାଉଛି, ତେବେ […]

Samaya Live Picture
Published On

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି I ଆବାସ ବଣ୍ଟନ ଯୋଜନାରେ ଅନେକ ହିତାଧିକାରୀମାନଙ୍କ ନାଁ ତାଲିକାରୁ ବାଦ ଦିଆଯାଇଛି I ଏହାକୁ ନେଇ ଆଜି ପ୍ରେସମିଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ସରକାରଙ୍କ ତୃତୀୟ ମହଲା ଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିଲା ଯେ ଯଦି ଅଭିଯୋଗରେ ନାଁ ଗୁଡ଼ିକ କଟି ଯାଉଛି, ତେବେ ସେଥିରେ ତାଙ୍କର ରାଜନୈତିକ କ୍ଷତି ହେବ। ଅଯୋଗ୍ୟଙ୍କ ନାଁ ଯୋଡ଼ିବା ପାଇଁ ଯେଉଁ ଚାନ୍ଦା ଆଦାୟ କରିଛନ୍ତି, ତାହା ଫେରାଇବା କଷ୍ଟ ହେବ। ଏହାସହ ଅଭିଯୋଗରେ ନାଁ ଗୁଡ଼ିକ କଟି ଗଲେ କେନ୍ଦ୍ର ସରକାର ଦେଇଥିବା ଟାର୍ଗେଟ ଭରଣା କରି ପାରିବେ ନାହିଁ। ତେଣୁ ଜାଣିଶୁଣି ତାଲିକାକୁ ଯାହା ଥିଲା ସେୟା ରଖିବା ଏବଂ କୌଣସି ନାଁ କାଟିବା ନାହିଁ ମାନସିକତା ଲାଗି ଓଡ଼ିଶାର ବାସ୍ତବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଛନ୍ତି।

ସେ ପୁଣି ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତୁ ,ସରକାର ଦୁଇ ଦୁଇ ଥର ଲୋକଙ୍କ ଠାରୁ ଅଭିଯୋଗ ମାଗିଲେ। ଗୋଟିଏ ଥର ୨୦୨୦ ମସିହା ଫେବ୍ରୁଆରି ମାସରେ ଏବଂ ଆଉ ଥରେ ୩ ମାସ ତଳେ ଜାନୁଆରି ମାସରେ I ମାତ୍ର ଅଭିଯୋଗ ଗୁଡିକ ଠିକରେ ତଦାରଖ କରାଯାଇନଥିଲା Iସରକାରଙ୍କ ତୃତୀୟ ମହଲା ଠାରୁ ଆରମ୍ଭ କରି ତଳ ଅଧିକାରୀଙ୍କ ଏନେଇ ପଦକ୍ଷେପ ନେଲେ ନାହିଁ। ଯାହା ଫଳରେ ଓଡ଼ିଶାର ବାସ୍ତବ ତଥା ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଲେ। ଏହାକୁ ନେଇ ବିଜେପି ବାରମ୍ବାର କହିବା ପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଏହାବାଦ ଫନି କ୍ଷତିଗ୍ରସ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଦେବା ପାଇଁ ଯୋଜନା ହୋଇଥିଲା ଏବଂ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ନାଁକୁ ଏବେ ଯାଏଁ ତାଲିକାରେ ସାମିଲ କରିନାହାନ୍ତି। ତେଣୁ ତହସିଲ ପାଖରେ ଥିବା ଫନିରେ ଘର ଭଙ୍ଗିଥିବା ଲୋକଙ୍କ ତାଲିକା ଏବଂ ପଞ୍ଚାୟତରାଜ ବିଭାଗ ପାଖରେ ଥିବା ତାଲିକା ମେଳ ଖାଉନାହିଁ। ଏହି ସବୁ କାରଣ ଯୋଗୁଁ ରାଜ୍ୟରେ ସଂଖ୍ୟାଧିକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି, ରାଜ୍ୟକୁ ଆସିଥିବା ସାଢେ ୯ ଲକ୍ଷ ଆବାସ ପାଇଁ କେନ୍ଦ୍ର ଯେଉଁ ଗାଇଡଲାଇନ କରିଛନ୍ତି ସେଥିରେ ଅନେକ ଯୋଗ୍ୟ ଲୋକ ବାଦ୍ ପଡି ଯାଉଛନ୍ତି । କେନ୍ଦ୍ର ସରକାର ଏପରି ନିୟମ କରିଦେଇଛନ୍ତି ଯେ, ଏଥିପାଇଁ ଅନେକ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ରାଜ୍ୟ ସରକାର ୧୫ ଲକ୍ଷ ହିତାଧିକାରୀଙ୍କୁ ଆବାସ ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସାଢେ ୯ ଲକ୍ଷ ଘର ମଞ୍ଜୁର କରିଛନ୍ତି । ଆହୁରି ଅଧିକ ଲୋକ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି । ତଥାପି ରାଜ୍ୟ ସରକାର ତପ୍ତର ଅଛନ୍ତି । ପ୍ରତ୍ୟେକ ଗରିବ ଲୋକଙ୍କୁ ଛାତ ଖଣ୍ଡେ ଦେବା ପାଇଁ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

Tags: