୧୨ ରେ ଭୁବନେଶ୍ୱରରେ ରୋଡ଼ ସୋ’ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପୁଣି ଥରେ ଭୁବନେଶ୍ୱରରେ ରୋଡ଼ ସୋ’କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ପ୍ରଥମ ରୋଡ଼ ସୋ’ କରିବେ ପ୍ରଧାନମନ୍ତ୍ରୀ । ୧୨ ତାରିଖ ବୁଧବାର ସନ୍ଧ୍ୟାରେ ହେବ ରୋଡ଼ ସୋ ମୋଦୀଙ୍କ ଏହି ରୋଡ୍ ଶୋ’ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରହିବ । ରୋଡ୍‌ ଶୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନାନୁସାରେ,୨୦୨୪ ବିଧାନସଭା ନିର୍ବାଚନରେ ୨୪ ବର୍ଷର […]

Samaya Live Picture
Published On

ଭୁବନେଶ୍ୱର : ପୁଣି ଥରେ ଭୁବନେଶ୍ୱରରେ ରୋଡ଼ ସୋ’କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ପ୍ରଥମ ରୋଡ଼ ସୋ’ କରିବେ ପ୍ରଧାନମନ୍ତ୍ରୀ । ୧୨ ତାରିଖ ବୁଧବାର ସନ୍ଧ୍ୟାରେ ହେବ ରୋଡ଼ ସୋ ମୋଦୀଙ୍କ ଏହି ରୋଡ୍ ଶୋ’ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରହିବ । ରୋଡ୍‌ ଶୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୂଚନାନୁସାରେ,୨୦୨୪ ବିଧାନସଭା ନିର୍ବାଚନରେ ୨୪ ବର୍ଷର କ୍ଷମତାସୀନ ଦଳ ବିଜେଡିକୁ ହରାଇ ବିଜେପି କ୍ଷମତାକୁ ଆସିଛି । ଆସନ୍ତା ୧୨ ତାରିଖରେ ରାଜ୍ୟରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ । ସେଥିପାଇଁ ଜନତା ମୈଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍‌ ପୁଲିସ୍‌।

Tags: