ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୋଦି: ବିଜେପି ସାଂସଦ ଓ ବିଧାୟକଙ୍କଠୁ ନେବେ ରିପୋର୍ଟ କାର୍ଡ
ଭୁବନେଶ୍ଵର:ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ ପିଏମ୍ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହି ମାରାଥନ୍ ସମୀକ୍ଷା କରିବେ। ସରକାର ଓ ସଂଗଠନକୁ ନେଇ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କଠୁ ନେବେ ରିପୋର୍ଟ କାର୍ଡ। ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି […]
ଭୁବନେଶ୍ଵର:ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ ପିଏମ୍ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହି ମାରାଥନ୍ ସମୀକ୍ଷା କରିବେ। ସରକାର ଓ ସଂଗଠନକୁ ନେଇ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କଠୁ ନେବେ ରିପୋର୍ଟ କାର୍ଡ। ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ ।
ଅପରାହ୍ନରେ ମୋଦି ପହଁଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବ। ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ପରେ ବିଜେପି ପାର୍ଟି ଅଫିସକୁ ଆସିବେ। ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହିତ ଆଲୋଚନା କରିବେ। ସେମାନଙ୍କ ଠାରୁ ରିପୋର୍ଟ କାର୍ଡ ନେବେ। ସରକାରକୁ ଆସିବା ପରେ କେତେ କାମ କରିଛନ୍ତି ତାର ହିସାବ ନେବେ ପ୍ରଧାନମନ୍ତ୍ରୀ।




