ପରିବା ହବ୍’ ରେ ପରିଣତ ହୋଇଛି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା:ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କଳାହାଣ୍ଡି ଜିଲ୍ଲାର ପରିବା ଚାଷୀଙ୍କ ବିଷୟରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ପ୍ରଧାନମନ୍ତ୍ରୀ କହିଛନ୍ତି, କଳାହାଣ୍ଡିର ଏହି ପରିବା ବିପ୍ଲବ ସ୍ଥାନୀୟ ଚାଷୀ ଏବଂ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ପଳାୟନ କରୁଥିବା ଶ୍ରମିକଙ୍କ ପାଇଁ ବିଶେଷ ସହାୟକ ହୋଇଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଆଜି ଏକ ‘ପରିବା ହବ୍’ ରେ ପରିଣତ ହୋଇଛି। କୃଷକମାନେ ଆଜି ସେଠାରେ ‘କୃଷକ ଉତ୍ପାଦନ ସଂଗଠନ’ ଦ୍ଵାରା ଯୋଡି ହେବା ସହ ଆଧୁନିକ ଚାଷ ପଦ୍ଧତିରେ ଚାଷକାର୍ଯ୍ୟ […]
ନୂଆଦିଲ୍ଲୀ: କଳାହାଣ୍ଡି ଜିଲ୍ଲାର ପରିବା ଚାଷୀଙ୍କ ବିଷୟରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ପ୍ରଧାନମନ୍ତ୍ରୀ କହିଛନ୍ତି, କଳାହାଣ୍ଡିର ଏହି ପରିବା ବିପ୍ଲବ ସ୍ଥାନୀୟ ଚାଷୀ ଏବଂ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ପଳାୟନ କରୁଥିବା ଶ୍ରମିକଙ୍କ ପାଇଁ ବିଶେଷ ସହାୟକ ହୋଇଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଆଜି ଏକ ‘ପରିବା ହବ୍’ ରେ ପରିଣତ ହୋଇଛି। କୃଷକମାନେ ଆଜି ସେଠାରେ ‘କୃଷକ ଉତ୍ପାଦନ ସଂଗଠନ’ ଦ୍ଵାରା ଯୋଡି ହେବା ସହ ଆଧୁନିକ ଚାଷ ପଦ୍ଧତିରେ ଚାଷକାର୍ଯ୍ୟ କରୁଛନ୍ତି। ଏଥିରେ ୨୦୦ରୁ ଅଧିକ କୃଷକ ଯୋଡି ହୋଇଛନ୍ତି ଯେଉଁଥିରେ କି ୪୫ ଜଣ ମହିଳା ଚାଷୀ ମଧ୍ୟ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି ଭାରତ ଆସନ୍ତାବର୍ଷ ୫ରୁ ୯ ଫେବୃଆରୀ ପର୍ଯ୍ୟନ୍ତ ବିଶ୍ବ ଅଡିଓ ଭିଜୁଆଲ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ।ସାରା ବିଶ୍ବକୁ ଭାରତର ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏହା ଏକ ଶ୍ରେଷ୍ଠ ସୁଯୋଗ ବୋଲି ସେ କହିଛନ୍ତି।
ସେହିପରି ସମ୍ବିଧାନକୁ ଦେଶପାଇଁ ଆଲୋକବର୍ତ୍ତିକା ଭାବେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ।ଚଳିତବର୍ଷ ହେଉଥିବା କୁମ୍ଭମେଳା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥର ଆଧୁନିକ ପ୍ରଯୁକ୍ତି ସହାୟତାରେ ପ୍ରୟାଗରାଜ କୁମ୍ଭମେଳାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି।




