ଧନ୍ଵନ୍ତରୀ ଦିବସରେ ଓଡିଶାକୁ ୩ଟି ସ୍ୱାସ୍ଥ୍ୟ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ଆୟୁର୍ବେଦର ଜନକ ଧନ୍ଵନ୍ତରୀଙ୍କ ଜୟନ୍ତୀ । ଏହାକୁ ସାରା ଦେଶ ନବମ ଆୟୁର୍ବେଦ ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ରାଜ୍ୟ ସମେତ ଓଡିଶାକୁ ୩ ଟି ସ୍ୱାସ୍ଥ୍ୟ ପ୍ରକଳ୍ପର ଭେଟି ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବ୍ୟାପୀ ୧୨,୮୫୦ କୋଟି ଟଙ୍କାର ଏକାଧିକ ସ୍ୱାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ବିଞ୍ଝାଗିରିରେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଆୟୁର୍ବେଦର ଜନକ ଧନ୍ଵନ୍ତରୀଙ୍କ ଜୟନ୍ତୀ । ଏହାକୁ ସାରା ଦେଶ ନବମ ଆୟୁର୍ବେଦ ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ରାଜ୍ୟ ସମେତ ଓଡିଶାକୁ ୩ ଟି ସ୍ୱାସ୍ଥ୍ୟ ପ୍ରକଳ୍ପର ଭେଟି ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବ୍ୟାପୀ ୧୨,୮୫୦ କୋଟି ଟଙ୍କାର ଏକାଧିକ ସ୍ୱାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ବିଞ୍ଝାଗିରିରେ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ, ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଗୁରୁତର ଚିକିତ୍ସା ବିଭାଗର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଯେଉଁଠାରେ ଗୁରୁତର ଚିକିତ୍ସା ବିଭାଗ ସହ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦେଶରେ ଆୟୁଷ୍ମାନ ଯୋଜନା ଅଧିନରେ ୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ଲାଭ ଉଠାଇପାରିବେ। ଏଥିରେ ଦେଶର ପ୍ରାୟ ୪.୫ କୋଟି ପରିବାରର ୬ କୋଟିରୁ ଅଧିକ ବାର୍ଦ୍ଧକ୍ୟଙ୍କୁ ଲାଭ ମିଳିବ ।

ସେହିପରି ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ପୂର୍ବ ଭାରତର ସର୍ବବୃହତ ଔଷଧ ପରୀକ୍ଷା (ଭେସଜ) କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଠପାଟଣାରେ ନିର୍ମାଣ ହେବାକୁ ଥିବା ଭେସଜ ବିଜ୍ଞାନ ପରୀକ୍ଷା କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇ କହିଛନ୍ତି କି, ପୂର୍ବରୁ ଔଷଧର ମାନ ପରୀକ୍ଷା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଔଷଧର ମାନ ପରୀକ୍ଷା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନାହିଁ । କେବଳ ସେତିକି ନୁହେଁ ରାଜ୍ୟରେ ଔଷଧ ବିତରଣକୁ ପ୍ରୋତ୍ସାହନ ମିଳିବ । ଅନ୍ୟପଟେ ଗୋଠପାଟଣା ନୁହେଁ ଏହାପରେ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଭେସଜ ବିଜ୍ଞାନ ପରୀକ୍ଷା କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଜିଠାରୁ ଦେଶରେ ଲାଗୁହେବାକୁ ଥିବା ଆୟୁଷ୍ମାନ ଭାରତ ପାର୍ଟ-୨ କୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆୟୁଷ୍ମାନ ଯୋଜନା ସହ ଗୋପବନ୍ଧୁ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ ହେବ । ସ୍ୱାସ୍ଥ୍ର୍ୟବୀମା ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ଅଧିକ ବ୍ୟୟବରାଦ କରିଛନ୍ତି । ଯାହା କି ପୂର୍ବବର୍ଷ ଅପେକ୍ଷା ୩୨ ପ୍ରତିଶତ ଅଧିକ । ମୋଟ ବଜେଟରରେ ଏହା ୮ ପ୍ରତିଶତ । ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି । ନୂଆ ସ୍ୱାସ୍ଥ୍ୟ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ । BSKY କାର୍ଡରେ ୯୦୦ ଟି ହସ୍ପିଟାରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ନୂଆ ଆୟୁଷ୍ମାନ ଭାରତ କାର୍ଡରେ ସାରା ଦେଶରେ ୨୭ ହଜାର ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: