ଆଜି ୩ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଫୁଲବାଣୀ : ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୦ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିଲେ I ସନ୍ଧ୍ୟା ୮ ଟାରୁ ୯ଟା ୩୦ ଯାଏଁ କଡ଼ା ସୁରକ୍ଷା ମଧ୍ୟରେ ରାଜଧାନୀରେ ବିଶାଳ ରୋଡ୍ ସୋ’ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଜିଲ୍ଲାରେ ମାର୍ଥାଓଂ ପ୍ରଚାର କରିବେ I ଆଜି କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ଆୟୋଜିତ ସାଧାରଣ ସଭାକୁ ମୋଦୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ […]

Samaya Live Picture
Published On

ଫୁଲବାଣୀ : ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୦ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିଲେ I ସନ୍ଧ୍ୟା ୮ ଟାରୁ ୯ଟା ୩୦ ଯାଏଁ କଡ଼ା ସୁରକ୍ଷା ମଧ୍ୟରେ ରାଜଧାନୀରେ ବିଶାଳ ରୋଡ୍ ସୋ’ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଜିଲ୍ଲାରେ ମାର୍ଥାଓଂ ପ୍ରଚାର କରିବେ I ଆଜି କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ଆୟୋଜିତ ସାଧାରଣ ସଭାକୁ ମୋଦୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ସକାଳ ୧୦ଟା ୨୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ଷ୍ଟାଡିୟମକୁ ଯିବେ । ସେଠାରେ ଜନସଭାରେ ଯୋଗଦେବା ପରେ ବଲାଙ୍ଗିର ବାହାରିଯିବେ । ମଧ୍ୟାହ୍ନ ୧୨ଟା ୫ରେ ବଲାଙ୍ଗିରର ପଥରଚେପାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ୧୨ଟା ୧୫ରୁ ୧୨ଟା ୫୫ ପର୍ଯ୍ୟନ୍ତ ଜନସଭାକୁ ଉଦବୋଧନ ଦେବେ। ଏହା ପରେ ବରଗଡ଼ର ବରାହାଗୁଡ଼ା ଟୋଲଗେଟ୍ ନିକଟରେ ଥିବା ବିକାଶ ଭିନଟେଜ୍ ପଡ଼ିଆରେ ବିଶାଳ ଜନସଭାରେ ଉଦବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ଵରରେ ରୋଡ୍ ଶୋ କରିଥିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀ ବିହାର ପର୍ଯ୍ୟନ୍ତ ବିଶାଳ ଜନସମାଗମ ମଧ୍ୟରେ ରୋଡ୍ ଶୋ ଅନୁଷ୍ଠିତ ହୋଇଥିଲା। ଯାହା ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀଙ୍କ ଗାଡିରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରହିଥିଲେ। ତେବେ ରୋଡ୍ ଶୋ ସାରି ମୋଦୀ ରାଜଭବନରେ ରାତ୍ରିଯାପନ କରିଛନ୍ତି। ଆଜି ୩ ଜିଲ୍ଲା ଗସ୍ତ କରି ନିର୍ବାଚନୀ ପ୍ରଚାର କରିବେ।

Tags: