୮ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ। ରାତି ୮ଟାରେ ବିମାନବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ। ସେଠାରେ ରାତ୍ରୀଯାପନ କରିବେ।୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦି । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ । ଦିନ ୧୦ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ପ୍ରବାସୀ ଭାରତୀୟଙ୍କ […]

Samaya Live Picture
Published On

ଭୁବନେଶ୍ୱର : ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ। ରାତି ୮ଟାରେ ବିମାନବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ। ସେଠାରେ ରାତ୍ରୀଯାପନ କରିବେ।୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦି । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ । ଦିନ ୧୦ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ମୋଦି । ଏହାପରେ ଦିନ ୧୧ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ ।

ସୂଚନା ଯୋଗ୍ୟ ୮ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ । ଏହି ୩ ଦିନିଆ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Tags: