ପ୍ରବାସୀ ଭାରତୀୟ ଦିବସ ୨ୟ ଦିନ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ପ୍ରାୟ ଦେଢ଼ ଘଣ୍ଟା କାର୍ଯ୍ୟକ୍ରମ ଚାଲିବ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଛନ୍ତି । ରାଜଭବନରୁ ବାହାରି ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚିଥିଲେ। ସକାଳ ୧୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମ୍ମେଳନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କୁ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ […]

Samaya Live Picture
Published On

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ପ୍ରାୟ ଦେଢ଼ ଘଣ୍ଟା କାର୍ଯ୍ୟକ୍ରମ ଚାଲିବ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଛନ୍ତି । ରାଜଭବନରୁ ବାହାରି ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚିଥିଲେ। ସକାଳ ୧୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସମ୍ମେଳନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କୁ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ। କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ। ଏଥିପାଇଁ ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ହୁଏ। ଧଉଳି ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଚାଲିବ।

ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ଵ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି, ଆମେ ପ୍ରବାସୀଙ୍କୁ ଗୁରୁତ୍ଵ ଦେଉଛୁ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଉଛୁ। ଭାରତର ବିକାଶରେ ଆପଣଙ୍କର ଯୋଗଦାନ ପ୍ରଶଂସାଯୋଗ୍ୟ। ଆପଣଙ୍କ ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ। ଆପଣଙ୍କ ପିଲାମାନଙ୍କୁ ଛୋଟ ଛୋଟ ସହରରେ ବୁଲାନ୍ତୁ। ପରବର୍ତ୍ତୀ ସମୟରେ ଯେତେବେଳେ ଭାରତ ଆସୁଛନ୍ତି ସେତେବେଳେ ଅତିକମ୍‌ରେ ନିଜର ୫ ଜଣ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ।

ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ସହ ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କରିବେ।

Tags: