ବିକାଶକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କୁ ବାଟ କଢ଼ାଉଛନ୍ତି ପ୍ରଧାନମନ୍ତ୍ରୀ – ଆଇନମନ୍ତ୍ରୀ
ଭୁବନେଶ୍ୱର : ରାଜଧାନୀରେ ଶୁଭାରମ୍ଭ ହୋଇଛି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭ । ଗୁରୁବାର ଏହାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ବିକାଶକୁ ଠିକ୍ ଟ୍ରାକ୍ରେ ଚଳେଇବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ହାତ ଧରି ନେଉଛନ୍ତି । ସେଥିପାଇଁ ଓଡିଶାକୁ ବାରମ୍ବାର ଆସୁଛନ୍ତି ମୋଦି । ନେତା ଓ କର୍ମୀ ତ ଉତ୍ସାହିତ […]
ଭୁବନେଶ୍ୱର : ରାଜଧାନୀରେ ଶୁଭାରମ୍ଭ ହୋଇଛି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭ । ଗୁରୁବାର ଏହାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ, ବିକାଶକୁ ଠିକ୍ ଟ୍ରାକ୍ରେ ଚଳେଇବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ହାତ ଧରି ନେଉଛନ୍ତି । ସେଥିପାଇଁ ଓଡିଶାକୁ ବାରମ୍ବାର ଆସୁଛନ୍ତି ମୋଦି । ନେତା ଓ କର୍ମୀ ତ ଉତ୍ସାହିତ କିନ୍ତୁ ଯେଉଁଭଳି ଭାବେ ୨୪ ବର୍ଷ ଧରି ବିକାଶ ଧାରା ବାଧା ପ୍ରାପ୍ତ ହୋଇଛି ତାକୁ ସଜାଡ଼ିବାକୁ ମୋଦି ପ୍ରୟାସ କରୁଛନ୍ତି ।
ଅନ୍ୟପଟେ ଭୁବନେଶ୍ୱରରେ ପ୍ରବାସୀଙ୍କ ପାଇଁ ଆୟୋଜିତ ହେଉଛି ସ୍ୱତନ୍ତ୍ର ମେଳା ଆଉ ପ୍ରଦର୍ଶନୀ। ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ଯାହାକୁ ଗତକାଲି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପାର୍କ ଫେଷ୍ଟିଭାଲକୁ ଫୁଲ ପ୍ରଦର୍ଶନୀ ପୁଣି ରାଜାରାଣୀ ସଙ୍ଗୀତ ଉତ୍ସବ ଆଉ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ବି ଆୟୋଜିତ ହୋଇଛି । ଏଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ କଳା, ସଂସ୍କୃତି ଓ ପରଂପରା ସହ ପ୍ରବାସୀଙ୍କୁ ପରିଚିତ କରିବାକୁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ସ୍ୱତନ୍ତ୍ର ଭାବରେ ସଜେଇ ହୋଇଛି ଜନତା ମଇଦାନ।




