ରାଜରାସ୍ତାରେ ଗୁରୁ ଗର୍ଜନ
ଭୁବନେଶ୍ୱର : ପୁଣି ରାସ୍ତାକୁ ଓହ୍ଲାଇଲେ ଗୁରୁ I ୪ ଦିନ ହେଲା ସ୍କୁଲରେ ପାଠପଢା ଠପ୍ । ସୋମବାର ରାଜ୍ୟରେ ଥିବା ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍ ଆଗରେ ପ୍ରତୀକାତ୍ମକ ଧାରଣା ଦେଇ ଗର୍ଜନ କରୁଛନ୍ତି ଗୁରୁ I ସମାନ କାମକୁ ସମାନ ଦରମା ଦାବିରେ ସାରା ରାଜ୍ୟରେ ୩୧୪ଟି ଯାକ ବ୍ଲକ୍ରେ ହଜାର ହଜାର ଶିକ୍ଷକଙ୍କ ପ୍ରତିବାଦ ଜାରି ରହିଛି । ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣିଙ୍କ ଜିଲ୍ଲା ବାରିପଦାଠୁ କୋରାପୁଟର ଜୟପୁର […]
ଭୁବନେଶ୍ୱର : ପୁଣି ରାସ୍ତାକୁ ଓହ୍ଲାଇଲେ ଗୁରୁ I ୪ ଦିନ ହେଲା ସ୍କୁଲରେ ପାଠପଢା ଠପ୍ । ସୋମବାର ରାଜ୍ୟରେ ଥିବା ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍ ଆଗରେ ପ୍ରତୀକାତ୍ମକ ଧାରଣା ଦେଇ ଗର୍ଜନ କରୁଛନ୍ତି ଗୁରୁ I ସମାନ କାମକୁ ସମାନ ଦରମା ଦାବିରେ ସାରା ରାଜ୍ୟରେ ୩୧୪ଟି ଯାକ ବ୍ଲକ୍ରେ ହଜାର ହଜାର ଶିକ୍ଷକଙ୍କ ପ୍ରତିବାଦ ଜାରି ରହିଛି । ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣିଙ୍କ ଜିଲ୍ଲା ବାରିପଦାଠୁ କୋରାପୁଟର ଜୟପୁର ଯାଏଁ ସବୁଠି ଶିକ୍ଷକଙ୍କ ମୁହଁରେ ଶୁଭିଛି ସରକାର ବିରୋଧୀ ନାରା ।
ସେମାନଙ୍କ ତିନି ଦଫା ଦାବି ଯଥାକ୍ରମେ- ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ୍ ଓ କେନ୍ଦ୍ରୀୟ ହାର ଦରମା ଅନୁସାରେ ୪୨ଶହ ଟଙ୍କା ଗ୍ରେଡ୍ ପେ ଲାଗୁ ନହେଲେ ସ୍ଲୁଲ୍ରେ ତାଲା ଝୁଲାଇ ଅନିର୍ଦ୍ଦିଷ୍ଟକାଳ ଯାଏଁ ସାମୁହିକ ଛୁଟିରେ ଯିବାକୁ ବି ଧମକ ଦେଇଛନ୍ତି ।
ସୋମବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ବସିଥିଲା । ହେଲେ ବୈଠକରୁ କୌଣସି ସୁଫଳ ମିଳିପାରିନି । ଅନ୍ୟପଟେ ଶିକ୍ଷକ ସଂଘର ଆଜି ଷ୍ଟିୟରିଂ କମିଟି ବୈଠକ ବସିବ । ଶିକ୍ଷକ ଶିକ୍ଷୟତ୍ରୀ ଯେଉଁଭଳି ଭାବେ ନିଜ ଜିଦରେ ଅଡି ବସିଛନ୍ତି ତାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।




