ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ I ପାଟିରେ କଳାପଟି ବାନ୍ଧି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ I ଟେ ଲୋୟର ପିଏମଜିରେ ଆନ୍ଦୋଳନ କରିବାକୁ ଅନୁମତି ନମିଳିବାରୁ କମିଶନରେଟ ପୋଲିସକୁ ତୀବ୍ର ସମାଲୋଚନା କରିଛନ୍ତି ଆନ୍ଦୋଳନ ରତ ଶିକ୍ଷକ ସଂଘ I ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠିଥିଲା ବେଳେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଠିଲା ନାହିଁ କିମ୍ବା ୨୦୧୮ରୁ ୨୦୨୩ ମଧ୍ୟରେ ନିଯୁକ୍ତି ହୋଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଗଲା ନାହିଁ […]

Samaya Live Picture
Published On

ଭୁବନେଶ୍ୱର : ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ I ପାଟିରେ କଳାପଟି ବାନ୍ଧି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ I ଟେ ଲୋୟର ପିଏମଜିରେ ଆନ୍ଦୋଳନ କରିବାକୁ ଅନୁମତି ନମିଳିବାରୁ କମିଶନରେଟ ପୋଲିସକୁ ତୀବ୍ର ସମାଲୋଚନା କରିଛନ୍ତି ଆନ୍ଦୋଳନ ରତ ଶିକ୍ଷକ ସଂଘ I

ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠିଥିଲା ବେଳେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଠିଲା ନାହିଁ କିମ୍ବା ୨୦୧୮ରୁ ୨୦୨୩ ମଧ୍ୟରେ ନିଯୁକ୍ତି ହୋଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଗଲା ନାହିଁ । ଉଚ୍ଚ ନ୍ୟାୟାଳୟ ସମାନ କାମକୁ ସମାନ ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି ବୋଲି ଶିକ୍ଷକ ସଂଘ ଅଭିଯୋଗ କରିଛି । ବାରମ୍ବାର ଶିକ୍ଷକ ମାନଙ୍କ ଦାବିକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର I ଅନେକ ଥର ଆନ୍ଦୋଳନ କରିବା ସତ୍ୱେ ସରକାର ସେମାନଙ୍କ ଦାବି ପୂରଣ ହେଉନାହିଁ । ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ଏଭଳି ଅନେକ ଦାବି ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କ ନିକଟରେ ରଖିଛି । ତୁରନ୍ତ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ସଭାପତି କହିଛନ୍ତି ।

Tags: