ଦୁଇଦିନିଆ ପୁରୀ ଗସ୍ତରେ ରାମନାଥ କୋବିନ୍ଦ

ପୁରୀ: ଫେବୃଆରୀ ୧୬: ଦୁଇଦିନିଆ ପୁରୀ ଗସ୍ତରେ ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଆସନ୍ତା ୨୦ ତାରିଖରେ ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତଙ୍କ ୧୫୦ତମ ଜୟନ୍ତୀରେ ରାଷ୍ଟ୍ରପତି ଯୋଗଦେବା ସହ ଗୁଣ୍ଡିଚା ମନ୍ଦିରରେ ଏକ ସଭାସ୍ଥଳରେ ଉଦବୋଧନ […]

Samaya Live Picture
Published On

ପୁରୀ: ଫେବୃଆରୀ ୧୬: ଦୁଇଦିନିଆ ପୁରୀ ଗସ୍ତରେ ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଆସନ୍ତା ୨୦ ତାରିଖରେ ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତଙ୍କ ୧୫୦ତମ ଜୟନ୍ତୀରେ ରାଷ୍ଟ୍ରପତି ଯୋଗଦେବା ସହ ଗୁଣ୍ଡିଚା ମନ୍ଦିରରେ ଏକ ସଭାସ୍ଥଳରେ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ବ୍ଲୁ ବୁକ୍ ସିକ୍ୟୁରିଟି ଦୃଷ୍ଟିରୁ ଯାଞ୍ଚ ଏଡିଜି ରାଧାକୃଷ୍ଣ ଶର୍ମା ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ରାଜଭବନ ପରିଦର୍ଶନ କରିଛନ୍ତି । ଏଥିସହିତ ତାଳବଣିଆ ହେଲିପ୍ୟାଡ, ଶରଧାବାଲିର ସଭାସ୍ଥଳ ଓ ଶ୍ରୀଚୈତନ୍ୟ ଗୌଡିୟ ମଠ ପରିଦର୍ଶନ କରିଛନ୍ତି।