ବାରିପଦା ଗସ୍ତରେ ଆସିବେ ରାଷ୍ଟ୍ରପତି
ବାରିପଦା : ଆସନ୍ତା ମେ’ ୯ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜ ଜନ୍ମମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ରାଷ୍ଟ୍ରପତି ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଚିଠି କରିଛନ୍ତି। ତେବେ ତାଙ୍କର ଏହି ଗସ୍ତ ସଂପର୍କିତ ସବିଶେଷ କାର୍ଯ୍ୟସୂଚୀ […]
ବାରିପଦା : ଆସନ୍ତା ମେ’ ୯ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜ ଜନ୍ମମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ରାଷ୍ଟ୍ରପତି ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଚିଠି କରିଛନ୍ତି। ତେବେ ତାଙ୍କର ଏହି ଗସ୍ତ ସଂପର୍କିତ ସବିଶେଷ କାର୍ଯ୍ୟସୂଚୀ ବିଷୟରେ ସୂଚନା ମିଳିନାହିଁ।
ବାରିପଦାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାଦିନଠୁ ରାଷ୍ଟ୍ରପତି ଭାବେ କେବଳ ଡ. ଏପିଜେ ଅବଦୁଲ କଲାମ ଏଠାକୁ ଆସିଥିଲେ । ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ରାଷ୍ଟ୍ରପତି ହେବେ ।
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଫେବ୍ରୁଆରୀ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଫେବ୍ରୁଆରୀ ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ।




