ଆଜି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ୱର : ଆଜି ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ । ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଲ୍ଲେଖନୀୟ କାର୍ଯ୍ୟପାଇଁ ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତି ବିଶେଷମାନଙ୍କ ନାଁ ଘୋଷଣା ସରିଛି । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା […]

Samaya Live Picture
Published On

ଭୁବନେଶ୍ୱର : ଆଜି ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ । ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଲ୍ଲେଖନୀୟ କାର୍ଯ୍ୟପାଇଁ ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତି ବିଶେଷମାନଙ୍କ ନାଁ ଘୋଷଣା ସରିଛି । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ ।

ଗୁରୁବାର ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବିମାନ ବନ୍ଦରରେ ଓଡ଼ିଶାର ଲୋକକଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ କାରକେଡ ସିଧା ବିମାନବନ୍ଦରରୁ – ରାଜଭବନ ଯାଇଥିଲା। ରାଜଭବନରେ ରାତ୍ରୀଯାପନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ।

ସେହିପରି ଶୁକ୍ରବାର ୧୨ଟା ୫୫ ରେ ଜନତା ମଇଦାନ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ଷ୍ଟଲରେ ପ୍ରର୍ଦଶିତ ହୋଇଥିବା କଳା, ସଂସ୍କୃତି, ବରପୁତ୍ରଙ୍କ ବୀରଗଥା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ। ଦିନ ୩ଟାରେ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କରିବେ। ତାପରେ ସାଢ଼େ ୪ଟା ରେ ଜନତା ମଇଦାନରୁ ବାହାରି ସିଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାତ୍ରା କରିବେ। ସେଠାରୁ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Tags: