ନୂଆବର୍ଷରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ,ପ୍ରଧାନମନ୍ତୀ,ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଦାୟ ନେଇଛି ୨୦୨୪ । ନୂଆ ଆଶା ଓ ନୂଆ ଉଦ୍ଦୀପନା ନେଇ ପାଦ ଥାପିଛି ବର୍ଷ ୨୦୨୫। ସବୁଠି ଚାଲିଛି ନୂଆବର୍ଷ ସେଲିବ୍ରେସନ୍। ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲି ସୂର୍ଯ୍ୟ । ବେଳାଭୂମି ସହ ବିଭିନ୍ନ ସ୍ଥାନରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ଦର୍ଶନ କରିଛନ୍ତି ଲୋକେ । ସବୁଠି ପ୍ରକମ୍ପିତ ହେଉଛି ହାପି ନ୍ୟୁ ଇୟର । ଏହି ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, […]

Samaya Live Picture
Published On

ଭୁବନେଶ୍ୱର : ବିଦାୟ ନେଇଛି ୨୦୨୪ । ନୂଆ ଆଶା ଓ ନୂଆ ଉଦ୍ଦୀପନା ନେଇ ପାଦ ଥାପିଛି ବର୍ଷ ୨୦୨୫। ସବୁଠି ଚାଲିଛି ନୂଆବର୍ଷ ସେଲିବ୍ରେସନ୍। ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲି ସୂର୍ଯ୍ୟ । ବେଳାଭୂମି ସହ ବିଭିନ୍ନ ସ୍ଥାନରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ଦର୍ଶନ କରିଛନ୍ତି ଲୋକେ । ସବୁଠି ପ୍ରକମ୍ପିତ ହେଉଛି ହାପି ନ୍ୟୁ ଇୟର । ଏହି ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଇଂରାଜୀ ନବବର୍ଷ ର ଶୁଭେଚ୍ଛା ଜଣାଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା । ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଯାଉ। ସେହିପରି ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୂଆବର୍ଷ ଦେଶବାସୀଙ୍କ ପାଇଁ ସଫଳତା ସହ ଅସରନ୍ତି ଖୁସି ଭରିଦେଉ।

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆବର୍ଷ ଶୁଭେଚ୍ଛା ଜଣାଇ ଭିଡିଓ ବାର୍ତ୍ତା ଦେଇଛନ୍ତି। କହିଛନ୍ତି ଓଡିଶାର ଅଗଣିତ ଭାଇଭଉଣୀ ମାନଙ୍କୁ ମୋର ନବବର୍ଷର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷର ଶୁଭେଚ୍ଛା ଦେଇ କହିଛନ୍ତି ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ନୂଆବର୍ଷ ପ୍ରତ୍ୟେକ ଓଡିଆଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଆଣିଦେଉ। ବିକଶିତ ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତ ୨୦୨୫ରେ ଅଧିକ ପରିଶ୍ରମ କରିବା।

ସେପଟେ ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ। ନୂଆ ବର୍ଷରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେବେ ନୂଆ ବର୍ଷ ପାଳନ କରିବେନି ନବୀନ। ବର୍ଷା ଜନିତ କ୍ଷୟକ୍ଷତି ନେଇ ଚାଷୀଙ୍କ ଦୁଃଖରେ ସମଦୁଃଖୀ ହୋଇ ପାଳିବେନି ନୂଆବର୍ଷ ।

Tags: