ମୟୁରଭଞ୍ଜରେ ୩ ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି
ମୟୂରଭଞ୍ଜ : ୫ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମ ମାଟିରେ ୩ଟି ରେଳ ପ୍ରଳକ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି । ଏହି ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିବ। ଯାହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ବୋଲି କହିଛନ୍ତି ରାଷ୍ଟ୍ରପତି । ବାଙ୍ଗିରିପୋଷିରେ ରେଳ ପ୍ରକଳ୍ପର […]
ମୟୂରଭଞ୍ଜ : ୫ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମ ମାଟିରେ ୩ଟି ରେଳ ପ୍ରଳକ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି । ଏହି ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିବ। ଯାହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ବୋଲି କହିଛନ୍ତି ରାଷ୍ଟ୍ରପତି ।
ବାଙ୍ଗିରିପୋଷିରେ ରେଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଏହି 3ଟି ରେଳ ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ଆଶାୟୀ । ଏହା ଦ୍ବାରା ବାଙ୍ଗିରିପୋଷି, ରାଇରଙ୍ଗପୁର ସମେତ ମୟୁରଭଞ୍ଜରେ ଜାତାୟତ ସମୃଦ୍ଧ ହେବ । କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ପରିକଳ୍ପନାର ସୁଫଳ ଓଡିଶାକୁ ମିଳୁଛି । ଜନଜାତିର ସୁବିଧା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣୁଛନ୍ତି ।
୯୦ ରୁ ଅଧିକ ବନଜାତ ଦ୍ରବ୍ୟ ପାଇଁ ଏମଏସପି ବ୍ୟବସ୍ଥା ହୋଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଜନଜାତି ଫାଇଦା ପାଉଛନ୍ତି । ଏଇ ମାଟିର ଝିଅ ଭାବେ ନିଜକୁ ଗୌରବାନ୍ବିତ ମନେ କରୁଛି । ଆପଣମାନଙ୍କ ଆଶୀର୍ବାଦ ପାଇଁ ମୁଁ ଏଠାରେ ପହଞ୍ଚି ପାରିଛି । ଏଠାକାର ଗଳିକନ୍ଦିକୁ ଚିହ୍ନିଛି ଏବଂ ଗୁଣ୍ଡୁଚି ମୂଷା ଭାବେ କାର୍ଯ୍ୟ କରି ଚାଲିଛି । ଯେଉଁଠି ରହିଥିଲେ ବି ଏହି ଅଞ୍ଚଳର ବିକାଶ କାର୍ଯ୍ୟ କରି ଚାଲିବି ବୋଲି କହିଛନ୍ତି ରାଷ୍ଟ୍ରପତି ।
ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ପହଞ୍ଚି ତାଙ୍କ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ପଢ଼ାର ଆବଶ୍ୟକ। ସମାଜରେ ବଡ଼ ହେବାକୁ ହେଲେ, ନିଜ ନାଁକୁ ବଢ଼ାଇବାକୁ ପଡ଼େ। ଏବେ ପାଠପଢ଼ା ପାଇଁ ବହୁତ ସୁବିଧା ହେଲାଣି, ସହଯୋଗ ମିଳୁଛି। ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ। ପିଲା ନ ଆସିଲେ କାରଣ କ’ଣ ବୁଝିବାକୁ ଶିକ୍ଷକ ଯାଆନ୍ତୁ ବୋଲି ରାଷ୍ଟ୍ରପତି ସୁପରାମର୍ଶ ଦେଇଥିଲେ।




