ଆଜି ପହିଲି ରଜ,ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆଜି ହେଉଛି ପହିଲି ରଜ I ଓଡ଼ିଶାର ଗଣପର୍ବ ରଜପର୍ବ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ବାର୍ତ୍ତାରେ ଲେଖିଛନ୍ତି, କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ […]

Samaya Live Picture
Published On

ଭୁବନେଶ୍ବର:ଆଜି ହେଉଛି ପହିଲି ରଜ I ଓଡ଼ିଶାର ଗଣପର୍ବ ରଜପର୍ବ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ବାର୍ତ୍ତାରେ ଲେଖିଛନ୍ତି, କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଅଛି।

ଏଣେ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

ଠିକ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରରେ ଲେଖିଛନ୍ତି, ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି।

Tags: