ନଭେମ୍ବର ୧୦ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀ ଜୀଉଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର : ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମାହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଚଳିତ ନଭେମ୍ବର ମାସ ୧୦ ତାରିଖ ରୁ ୨ ଦିନିଆ ଓଡିଶା ଗସ୍ତରେ ଆସି ପୁରୀ ଯାଇ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି I ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି I ସୂଚନାନୁସାରେ, ରାଷ୍ଟ୍ରପତି ୧୦ ତାରିଖ ଦିନ […]

Samaya Live Picture
Published On

ଭୁବନେଶ୍ୱର : ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମାହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଚଳିତ ନଭେମ୍ବର ମାସ ୧୦ ତାରିଖ ରୁ ୨ ଦିନିଆ ଓଡିଶା ଗସ୍ତରେ ଆସି ପୁରୀ ଯାଇ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି I ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି I

ସୂଚନାନୁସାରେ, ରାଷ୍ଟ୍ରପତି ୧୦ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ। ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି I

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯିବ। ସକାଳ ୧୦ଟା ୩୦ରୁ ଶ୍ରୀମନ୍ଦିର ମଧ୍ୟକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ମନ୍ଦିର ଦର୍ଶନ କାଳରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଗର୍ଭଗୃହ ଦର୍ଶନ କରିବେ ଓ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିବେ।

ଏଥିସହ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ତା’ପରେ ପୁରୀ ରାଜଭବନ ଯାଇ ସେଠାରେ ବିଶ୍ରାମ କରିବେ । ପରେ ଅପରାହ୍ନରେ ଭୁବନେଶ୍ୱର ଆସି ବିଭିନ୍ନ ସ୍ଥାନରେ ଥିବା ରାଜ୍ୟର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଭବନ ଯିବେ ଓ ସେଠାରେ ତାଙ୍କ ନିମନ୍ତେ ନାଗରିକ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ରହିଛି। ରାତିରେ ସେ ରାଜଭବନରେ ରହିବେ । ୧୧ ତାରିଖରେ ସେ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲର, ୟୁନିଟ-୨ ସରକାରୀ ଗାଲର୍ସ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ବିବିଧ ଭାରତୀୟ ଭାଷାରେ ପୋର୍ଟାଲ ‘ଇ-କୁମ୍ଭ’ର ଉନ୍ମୋଚନ କରିବେ। ଅପରାହ୍ନରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Tags: