୨୦ ତାରିଖ ଜନ୍ମମାଟି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ୨ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆସନ୍ତା ୨୦ ତାରିଖ ଦିନ ଦ୍ୱିତୀୟ ଥର ପାଇଁ ନିଜ ଜନ୍ମ ମାଟି ରାଇରଂଗପୁର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହେବା ପରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ବାରିପଦା ଆସି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାନୁସାରେ,୨୦ ତାରିଖ ଦିନ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ […]
ଭୁବନେଶ୍ୱର : ୨ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆସନ୍ତା ୨୦ ତାରିଖ ଦିନ ଦ୍ୱିତୀୟ ଥର ପାଇଁ ନିଜ ଜନ୍ମ ମାଟି ରାଇରଂଗପୁର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହେବା ପରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ବାରିପଦା ଆସି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସୂଚନାନୁସାରେ,୨୦ ତାରିଖ ଦିନ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରପୋର୍ଟରେ ପହଞ୍ଚିବେ । ଏହାପରେ ଅପରାହ୍ନ ୨ଟାରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦାରେ ପହଞ୍ଚି ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗ ଦେବେ । ଅପରାହ୍ନ ୫ଟା ୩୦ରେ କାର୍ଯ୍ୟକ୍ରମ ସାରି ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବେ । ଏହାପରେ ୨୧ ତାରିଖ ସକାଳ ୮ ରେ ବାସଭବନରୁ ବାହାରି ସଡ଼କ ପଥରେ ନିଜ ଶାଶୂ ଘର ପାହାଡ଼ପୁର ଯିବେ । ସେଠାରେ ୮:୧୫ ରୁ ୯:୧୫ ମଧ୍ୟରେ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବେ ଓ ଏସ ଏଲ୍ ଏସ ସ୍କୁଲର କିଛି ପ୍ରକଳ୍ପ ଶିଳାନ୍ୟାସ କରିବେ । ଏହାପରେ ବାଦାମପାହାଡ଼ ରେଳ ଷ୍ଟେସନରେ ଟାଟା ନଗର ବାଦାମ ପାହାଡ ମେମୁ ଟ୍ରେନ, ସାଲିମାର -ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ- ରାଉରକେଲା ଏକ୍ସପ୍ରେସକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ ବୋଲି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ସୂଚନା ଦେଇଛନ୍ତି ।
ଏହା ସହିତ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜନ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ଯୋଗେ ଦେବାକୁ ଓଡ଼ିଶା ଆସୁଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।




