ଓଡ଼ିଶାରେ ମହାମହିମ, ପ୍ରବାସୀ ଭାରତୀୟ ସମ୍ମିଳନୀରେ ଦେବେ ଯୋଗ
ଭୁବନେଶ୍ୱର:ଓଡ଼ିଶାରେ ପହଁଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୩ ଦିନିଆ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ଆସନ୍ତାକାଲି ସମାପନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଜି ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ବିମାନବନ୍ଦରରୁ ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଉପସ୍ଥିତି ୧୮ତମ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ମାନକୁ ଆହୁରି ବୃଦ୍ଧି […]
ଭୁବନେଶ୍ୱର:ଓଡ଼ିଶାରେ ପହଁଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୩ ଦିନିଆ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ଆସନ୍ତାକାଲି ସମାପନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଜି ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ବିମାନବନ୍ଦରରୁ ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି।
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଉପସ୍ଥିତି ୧୮ତମ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ମାନକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।




