ଆଜି ସମ୍ମାନ ଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ
ଭୁବନେଶ୍ବର : ୩ ପଦ୍ମ ପୁରସ୍କାର ବିଜେତା ପାଇବେ ସମ୍ମାନ ଜନକ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର I ୨୦୨୧, ୨୦୨୨ ଓ ୨୦୨୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଆଜି ପ୍ରଦାନ କରାଯିବ । ଏହି ପୁରସ୍କାର ଗ୍ରହଣ କରିବେ ୩ ଦିଗ୍ଗଜ ସାହିତ୍ୟିକ। ସେମାନେ ହେଲେ ବିଶିଷ୍ଟ ସାହିତ୍ୟିକ ଶ୍ରୀନିବାସ ଉଦ୍ଗାଦା, ପ୍ରଖ୍ୟାତ କବି ସୀତାକାନ୍ତ ମହାପାତ୍ର ଓ ସ୍ବନାମଧନ୍ୟା ଔପନ୍ୟାସିକା ପ୍ରତିଭା […]
ଭୁବନେଶ୍ବର : ୩ ପଦ୍ମ ପୁରସ୍କାର ବିଜେତା ପାଇବେ ସମ୍ମାନ ଜନକ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର I ୨୦୨୧, ୨୦୨୨ ଓ ୨୦୨୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଆଜି ପ୍ରଦାନ କରାଯିବ । ଏହି ପୁରସ୍କାର ଗ୍ରହଣ କରିବେ ୩ ଦିଗ୍ଗଜ ସାହିତ୍ୟିକ। ସେମାନେ ହେଲେ ବିଶିଷ୍ଟ ସାହିତ୍ୟିକ ଶ୍ରୀନିବାସ ଉଦ୍ଗାଦା, ପ୍ରଖ୍ୟାତ କବି ସୀତାକାନ୍ତ ମହାପାତ୍ର ଓ ସ୍ବନାମଧନ୍ୟା ଔପନ୍ୟାସିକା ପ୍ରତିଭା ରାୟ।
ଏହି ତିନି ଜଣ ବରିଷ୍ଠ ସାରସ୍ବତ ସାଧକଙ୍କୁ ଏକାଡେମିର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବା ଗୌରବର କଥା ହୋଇଥିବା ବେଳେ ଏକାଡେମି ପକ୍ଷରୁ ସେମାନଙ୍କ ନାମ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।ଏପରିକି ଔପଚାରିକତା ଦୃଷ୍ଟିରୁ ପୁରସ୍କାର ସମାରୋହ ପାଇଁ କୌଣସି ପ୍ରଚାର ପ୍ରସାର ମଧ୍ୟ କରାଯାଇନାହିଁ I
ଓଡ଼ିଶା ଲଳିତ କଳା ଏକାଡେମି ଓ ସଙ୍ଗୀତ ନାଟକ ଏକାଡେମି ଢାଞ୍ଚାରେ ସାହିତ୍ୟ ଏକାଡେମି ପକ୍ଷରୁ ମଧ୍ୟ ଆସନ୍ତାକାଲି ସିଧାସଳଖ ମଞ୍ଚରେ ପୁରସ୍କାର ପାଇବାକୁ ଥିବା ଲେଖକଙ୍କ ନାମ ଘୋଷଣା କରି ପୁରସ୍କାର ପ୍ରଦାନ କରାଯିବ। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରେ ରବୀନ୍ଦ୍ର ମଣ୍ଡପରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।




