ରୁକୁଣା ରଥ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ଅନୁଷ୍ଠିତ ହୋଇ ଯାଇଛି ପୋଲିସ ଓ ସେବାୟତଙ୍କ ପ୍ରସ୍ତୁତି ବୈଠକ I ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ରୁକୁଣା ରଥରେ ଚଢି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମାଉସୀମା’ ଘର ଯିବେ। ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଏକମ୍ର କ୍ଷେତ୍ର । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ । […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ଅନୁଷ୍ଠିତ ହୋଇ ଯାଇଛି ପୋଲିସ ଓ ସେବାୟତଙ୍କ ପ୍ରସ୍ତୁତି ବୈଠକ I ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ରୁକୁଣା ରଥରେ ଚଢି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମାଉସୀମା’ ଘର ଯିବେ। ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଏକମ୍ର କ୍ଷେତ୍ର । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ ।
ଭୁବନେଶ୍ବର ଡିସିପିଙ୍କ ଅଧ୍ଯକ୍ଷତାରେ କେଦାରଗୌରୀ କଲ୍ୟାଣ ମଣ୍ଡପରେ ବସିଥିଲା ସମନ୍ବୟ ବୈଠକ । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ତୁଲାଇବାକୁ ୧୨ ପ୍ଲାଟୁନ ପୋଲିସଙ୍କ ସହ ୧୦୦ ଅଫିସର ନିୟୋଜିତ କରାଯିବ । ଟ୍ରାଫିକ ନିୟନ୍ତ୍ରଣ ସ‌ହ ଆମ୍ବୁଲାନ୍ସ ସେବା ଓ ଭକ୍ତ ମାନେ କିପରି ସୁରୁଖୁରୁରେ ରଥ ଟାଣିବେ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ବିଶେଷକରି ଲୁଟେରାଙ୍କ ଉପରେ ନଜର ରଖିବା ପାଇଁ ପୋଲିସମାନେ ସାଧା ପୋଷାକରେ ନଜର ଆସିବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

Tags: