ପ୍ରବାସୀ ଭାରତୀୟ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର : ଜନତା ମୈଦାନରେ ଆଜିଠାରୁ ଆରମ୍ଭ ହେଲା ୩ ଦିନିଆ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ । ବିଦେଶରେ ରହୁଥିବା ଭାରତୀୟ ଆଜି ଏକାଠି ହୋଇଛନ୍ତି ଓଡ଼ିଶାରେ । ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ଏହି ଅବସରରେ ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି। ଏବଂ କହିଛନ୍ତି ଅଜସ୍ର ସ୍ନେହ ଏବଂ ଶ୍ରଦ୍ଧାର ସହ ଆମେ ଆପଣ ମାନଙ୍କ ଅପେକ୍ଷାରେ ଥିଲୁ। ଆଜି […]

Samaya Live Picture
Published On

ଭୁବନେଶ୍ୱର : ଜନତା ମୈଦାନରେ ଆଜିଠାରୁ ଆରମ୍ଭ ହେଲା ୩ ଦିନିଆ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ । ବିଦେଶରେ ରହୁଥିବା ଭାରତୀୟ ଆଜି ଏକାଠି ହୋଇଛନ୍ତି ଓଡ଼ିଶାରେ । ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ଏହି ଅବସରରେ ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି। ଏବଂ କହିଛନ୍ତି ଅଜସ୍ର ସ୍ନେହ ଏବଂ ଶ୍ରଦ୍ଧାର ସହ ଆମେ ଆପଣ ମାନଙ୍କ ଅପେକ୍ଷାରେ ଥିଲୁ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି।

ଭୁବନେଶ୍ୱରରେ ଏକାଠି ହୋଇଛି ମିନି ୱାର୍ଲଡ । କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବାକୁ ଥିବାବେଳେ ଅତିଥିମାନଙ୍କ ଖାଦ୍ୟପେୟ ପାଇଁ ମଧ୍ୟ ସୁନ୍ଦର ବ୍ୟବସ୍ଥା କରାଯାଇଛି । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟଙ୍କ ପାଟିରେ ବାଜିବ ଓଡ଼ିଆ ଖାଦ୍ୟ ।

ଯେତେବେଳେ ଓଡ଼ିଆ ଖାଦ୍ୟକୁ ନେଇ ବିଦେଶରେ ଚର୍ଚ୍ଚା ହେଉଛି, ସେ ପରିସ୍ଥିତିରେ ଓଡ଼ିଆ ଖାଦ୍ୟ ପ୍ରବାସୀଙ୍କୁ ପସନ୍ଦ ଆସିବନାହିଁ ବୋଲି ପ୍ରଶ୍ନ ଉଠୁ ନାହିଁ ।

ବ୍ଲୁ ଲାଗୁନ ପକ୍ଷରୁ ଅତିଥିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ପୁରୀ, କୋଣାର୍କ , ଧଉଳି ଏବଂ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେବେ ଅତିଥି ବୃନ୍ଦ । ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଅତିଥିଙ୍କ ପାଇଁ ପରସାଯିବ । ମକଟେଲରୁ ମିଲ୍ ଆରମ୍ଭ କରାଯିବ । ଅତିଥିମାନଙ୍କୁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ଯେମିତି ଡାଲମା, ରସଗୋଲା, ଛେନାପୋଡ ସହିତ ସନ୍ତୁଳା, ମାଛ ବେସର ଓ ମଞ୍ଜା ମାଣ୍ଡିଆ ସୁପ୍ ଆଦି ପରସ ଯିବ ।

Tags: